ଟ୍ରାପ କ୍ୟାମେରାରେ କଏଦ ହେଲା ମହାବଳ ବାଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ ମଙ୍ଗଳବାର ମଧ୍ୟରାତ୍ରରେ ଅଁଳାବର ଗ୍ରାମର ଏକ ଗାଇ ଗୁହାଳରୁ ମହାବଳ ବାଘ ଗାଇକୁ ଘୋଷାଡ଼ି ନେଇ ଜଙ୍ଗଲ ମଧ୍ୟରେ ଗାଇର ଅଧା ଶରୀରକୁ ଖାଇ ବଳକା ଅଧା ଶରୀରକୁ ଛାଡି ବାଘଟି ଚାଲି ଯାଇଥିଲା. ଘଟଣା ନେଇ ବନ ବିଭାଗ ଗାଇର ଅଧା ଦେହ ପଡ଼ିଥିବା ଜଙ୍ଗଲ ଅଞ୍ଚଳରେ ପଡ଼ିଥିବା ଟ୍ରାପ କ୍ୟାମେରା ଲଗାଇଥିଲେ. ଏଥିରେ କଏଦ ହେଲା ମହାବଳ ବାଘ. ବନ ବିଭାଗର ଅନୁମାନ ପ୍ରକାରେ ସେ ଗୋଟିଏ ମହାବଳ ବାଘ ହିଁ ଗଜପତି ଜିଲ୍ଲାରୁ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଘୁରି ବୁଲୁଛି. ହେଲେ ତାର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ. ଲୋକଙ୍କୁ ସୁରକ୍ଷା ଓ ସଚେତନତା କରେଇବା ସହ ବନ ବିଭାଗ ଘଟଣା ନେଇ ସଜାଗ ରହିଛି. ଏଠାରେ ସୂଚନାଯୋଗ୍ୟଯେ ଗତ ମାସରେ ଗଜପତି ଜିଲ୍ଲାର ସନ୍ତୋଷପୁର ଗ୍ରାମରେ ଏହି ମହାବଳ ବାଘଟି ପ୍ରଥମେ ଗୋଟିଏ ଗାଇକୁ ଗୁହାଳରୁ ଘୋଷାଡ଼ି ନେଇ ଜଙ୍ଗଲରେ ମାରି ଖାଇଥିଲା. ପରେ ଏଭଳି ଭାବେ ଟ୍ରାପ କ୍ୟାମେରାରେ ମହାବଳ ବାଘ କଏଦ ହୋଇଥିଲା. ଠିକ ସେହିପରି ଭାବେ ବର୍ତ୍ତମାନ ମଧ୍ୟ ମହାବଳ ବାଘଟି ଟ୍ରାପ କ୍ୟାମେରାରେ କଏଦ ହୋଇଛି. ବାରମ୍ବାର ବାରମ୍ବାର ଏଭଳି ଭାବେ ଗାଇକୁ ଘୋଷାଡ଼ି ନେଇ ଖାଉଥିବା ସହ ଜନବସତି ମଧ୍ୟକୁ ପ୍ରବେଶ କରୁଥିବା ନେଇ ସାଧାରଣରେ ଭୟ, ଆତଙ୍କ ସୃଷ୍ଟି ହୋଇଛି.