ଟ୍ରାଫିକ କଟକଣାରେ କୋହଳ କଲେ ବ୍ରହ୍ମପୁର ଏସ ପି

ବ୍ରହ୍ମପୁର (ଯୁଗାବ୍ବ ନ୍ୟୁଜ) : ସେପ୍ଟେମ୍ବର ପହିଲାରୁ କେନ୍ଦ୍ର ସରାକରା ଲାଗୁ କରିଛନ୍ତି ନୂତନ ସଡକ ସୁରକ୍ଷା ଆଇନ । ସଂଶୋଧିତ ଟ୍ରାଫିକ ନିୟମ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ସାଧାରଣ ଲୋକେ। ବ୍ରହ୍ମପୁର ସହରବାସୀଙ୍କ ବିଭିନ୍ନ ଅଭିଯୋଗ କ୍ରମେ ବ୍ରହ୍ମପୁର ଏସ ପି ଶ୍ରୀ ପିନାକ ମିଶ୍ର ବର୍ତ୍ତମାନ ଯେଉଁ ଟ୍ରାଫିକ ନିୟମଗୁଡିକ କଡାକଡି ଭାବେ ପାଳନ କରାଯାଉଛି, ସେ ସମ୍ପର୍କିତ ଏକ ସୂଚନା ଦେଇଛନ୍ତି । ସେ ଏନେଇ ଅଧିକରୁ ଅଧିକ ସହରବାସୀଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ଅବଗତ କରାଇବା ପାଇଁ ସାମ୍ବାଦିକମାନକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପୋଲିସ କୌଣସି କ୍ଷେତ୍ରରେ ୧୦୦୦ ଟଙ୍କାରୁ ଅଧିକ ଜୋରିମାନା ଧାର‌୍ୟ୍ୟ କରିବ ନାହିଁ। ଯଦି କୌଣସି ଗାଡି ଚାଳକ କାରଣ ବଶତଃ ଡ୍ରାଇଭିଂ ଲାଇସେନସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ସାଙ୍ଗରେ ଧରି ନଥିବେ ତେବେ ପରବର୍ତୀ ସମୟରେ ତାହା ଦେଖାଇପାରିବେ। ଦରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କ ବିଷୟରେ ଗଞ୍ଜାମ ଆରଟିଓଙ୍କୁ ଅବଗତ କରାଯିବ । ବିନା ହେଲମେଟ ପିନ୍ଧି ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଳାଇବା ଓ ଗାଡି ଚଳାଇବା ସମୟରେ ମୋବାଇଲରେ କଥାହେବା,ଏହି ତିନୋଟି ଟ୍ରାଫିକ ନିୟମ ଅବମାନନା କରିଲେ ପୋଲିସ ଚାଳକଙ୍କୁ ଗିରଫ କରିବା ସହ କୋର୍ଟକୁ ଚାଲାଣ କରିବେ। ଏହି ତିନୋଟି ନିୟମକୁ ପୋଲିସ ଗୁରୁତ୍ଵ ଦେବା ସହ ବ୍ରହ୍ମପୁରବାସୀ ମଧ୍ୟ ପାଳନ କରିବାକୁ ମହତ୍ୱ ଦେଇ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ଏସ୍ପି ଶ୍ରୀମିଶ୍ର ଆହ୍ୱାନ ଦେଇଛନ୍ତି। କରିବାକୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ