ଟ୍ରାଫିକ ଚେକିଂ ବେଳେ ତାତିଲେ ମହିଳା

ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ଭୁବନେଶ୍ବର ରାଜମହଲ ଛକରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ବିପରୀତ ରାସ୍ତାରେ ଗାଡ଼ି ଚାଳନା ବେଳେ ମହିଳାଙ୍କ ଗାଡ଼ି ଜବତ କରି କୋର୍ଟ ଚାଲାଣ ପାଇଁ ପୁଲିସ କହିବାରୁ ଜଣେ ମହିଳା ତାତିଛନ୍ତି ସମ୍ପୃକ୍ତ ମହିଳା ଚାଳକ ରଙ୍ଗରୁଟରେ ଆସିବାବେଳେ ତାଙ୍କୁ ଧରିଥିଲା ଟ୍ରାଫିକ ପୁଲିସ । ମହିଳା ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କହିଥିଲେ, ରାସ୍ତାରେ ନୋ ଡ୍ରାଇଭ୍ ସାଇନ ବୋର୍ଡ ନମାରି ଫାଇନ୍ କାଟିବା ଠିକ୍ ନୁହେଁ । ମହିଳା ଜଣକ କହିଥିଲେ ଯେ ରାସ୍ତା ମୋର, ଗାଡି ବି ମୋର, ଟଙ୍କାଟିଏ ବି ଦେବିନି ଏହାକୁ ନେଇ ବେଶ୍ କିଛି ସମୟ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।ପାଟିତୁଣ୍ଡ ପରେ ବିନା ଚାଲାଣରେ ଗାଡି ଓ ଚାଳକଙ୍କୁୁ ପୁଲିସ ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣାପରେ ରାଜମହଲ ଛକରୁ ପୁଲିସ ଚେକିଂ ବନ୍ଦ କରିଥିବା ସୂଚନା ମିଳିଛି । ସେପଟେ କଂଟ ସରିଲା ପରେ, ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ । ନୂଆ ମୋଟରଯାନ ଆଇନକୁ ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ଟ୍ରାଫିକ୍ ପୁଲିସ ।ହେଲମେଟ ପିନ୍ଧିନଥିବା କିମ୍ବା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ମିଳିଥିବା ସୂଚନା ଅନୁସାରେ କେବଳ ଇନଫୋସିଟି ଅଂଚଳରେ ୧ଲକ୍ଷ ୧୭ ହଜାର ଟଙ୍କାର ଫାଇନ ଆଦାୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ