ଟ୍ରାଫିକ ଜାମ୍ ରେ ଫସିଲା ସ୍କୁଲ୍ ବସ୍ , ଛାତ୍ରୀଛାତ୍ର ହନ୍ତସନ୍ତ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲ ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନର ନିର୍ଦ୍ଦେଶକୁ ମାନୁନଥିବାରୁ ଏହି ଟ୍ରାଫିକ ସମସ୍ୟା ସୁଧୁରି ପାରୁନାହିଁ । ଏହି ଟ୍ରାଫିକ ସମସ୍ୟାର ନିରାକରଣ ପାଇଁ ଜିଲାପାଳ ଘନ ଘନ ବୈଠକ କରି ନିର୍ଦ୍ଦେଶ ଦେଉଥିଲେ ହେଁ ଏହାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଗୁରୁବାର ପୂର୍ବାହ୍ନ ସମୟରେ ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ଟ୍ରାଫିକ ସମସ୍ୟା ଅତି ଜଟିଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଫଳରେ ସାଧାରଣ ବାଇକ୍ ଠାରୁ ଆରମ୍ଭ କରି, ଛୋଟ ଯାନବାହାନ, ଯାତ୍ରୀବାହୀ ବସ୍, ଟ୍ରକ, ଏପରିକି ଗୋଟିଏ ସ୍କୁଲ୍ ବସ୍ ଦୀର୍ଘ ସମୟ ଧରି ଏହି ଟ୍ରାଫିକ ଜାମ୍ ରେ ଫସି ରହିଥିଲା । ଫଳରେ କୁନି କୁନି ଛାତ୍ରୀଛାତ୍ରମାନେ ସ୍କୁଲ୍ ରେ ଠିକ୍ ସମୟରେ ପହନଚି ପାରି ବସ୍ ଭିତରେ ଦୀର୍ଘ ସମୟ ବସି ରହିଥିବାରୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଘରୋଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ତଥା ଶୃଙ୍ଖଳିତ କରିବା ପାଇଁ ନିୟୋଜିତ କରାଯାଇଥିଲେ ହେଁ, ଏହି ଟ୍ରାଫିକ ଜାମ୍ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥର ରେ ଦୈନିକ ହେଉଥିବା ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ଥିବା ଘରୋଇ ସୁରକ୍ଷା କର୍ମୀଙ୍କ କାର୍ଯ୍ୟରେ ଅବହେଳା ହେତୁ ଏହି ଟ୍ରାଫିକ ସମସ୍ୟା ଉପୁଜୁଥିବା ଟ୍ରାଫିକ ଜାମ୍ ରେ ଫସି ରହିଥିବା ଯାତ୍ରୀ ରାଜେଶ ବେହେରା, ଶମ୍ଭୁନାଥ ମହାକୁଡ, ଦିଲିପ ନାଏକ, ଉଗ୍ରସେନ ବେହେରା ଓ ଶ୍ରୀମୟୀ ନାୟକ ପ୍ରମୁଖ ଅଭିଯୋଗ କରିଥିଲେ । ଜିଲାପାଳ ଏଦିଗରେ ଦୃଷ୍ଟି ଦେବା ପାଇଁ ସେମାନେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ