ଟ୍ରାଫିକ ଜାମ୍ ରେ ଫସିଲା ସ୍କୁଲ ବସ୍ , ଛାତ୍ରୀଛାତ୍ର ହନ୍ତସନ୍ତ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମଙ୍ଗଳବାର ପୂର୍ବାହ୍ନରେ ୫୨୦ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ଟ୍ରାଫିକ ସମସ୍ୟା ଏତେ ଜଟିଳ ହୋଇଥିଲା ଯେ, ସାଧାରଣ ବାଇକ୍ ଠାରୁ ଆରମ୍ଭ କରି, ଛୋଟ ଯାନବାହାନ, ଯାତ୍ରୀବାହୀ ବସ୍, ଟ୍ରକ, ଏପରିକି ଛାତ୍ରୀଛାତ୍ରମାନଙ୍କୁ ନେଇ ଯାଉଥିବା ସ୍କୁଲବସ୍ ମଧ୍ୟ ଏହି ଟ୍ରାଫିକ ଜାମ୍ ରେ ଫସି ରହିଥିଲା । ମଙ୍ଗଳବାର ପୂର୍ବାହ୍ନ ସକାଳ ୧୦ ଘଟିକାରୁ ଦୀର୍ଘ ୨ ଘଂଟା ଧରି ସ୍କୁଲ ବସ୍ ଟି ଟ୍ରାଫିକ ଜାମ୍ ରେ ଫସି ରହିଥିବାରୁ ବସ୍ ଭିତରେ ବସିଥିବା କୁନି କୁନି ଛାତ୍ରୀଛାତ୍ର ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଦୁଇଚକିଆ ଯାନ ଗୁଡିକ ବଡ ବଡ ଟ୍ରକ, ବସ୍ ଭିତରେ ଥିବା ଫାଙ୍କ ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାଉଥିବା ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥର ରେ ଦୈନନ୍ଦିନ ହେଉଥିବା ଟ୍ରାଫିକ ସମସ୍ୟାରେ ସ୍କୁଲ୍ ବସ୍ ଓ ଭ୍ୟାନ୍ ଗୁଡିକ ଫସି ରହୁଛି । ଛାତ୍ରୀଛାତ୍ରମାନେ ସଠିକ୍ ସ୍କୁଲରେ ପହନଚି ପାରୁନାହାନ୍ତି କି ଠିକ୍ ସମୟରେ ଘରେ ପହନଚି ପାରୁନାହାନ୍ତି । ଫଳରେ ଛାତ୍ରୀଛାତ୍ରମାନଙ୍କର ପାଠପଢାରେ ବ୍ୟତିକ୍ରମ ଘଟିବା ସହିତ ସାଧାରଣ ଲୋକେ ମଧ୍ୟ ପ୍ରତିଦିନ ଏହି ଟ୍ରାଫିକ ଜାମ୍ ରେ ଫସିରହି ହନ୍ତସନ୍ତ ହେଉଥିବା ଛାତ୍ରୀଛାତ୍ରମାନଙ୍କର ଅଭିଭାବକ ଅଭିଭାବିକାମାନେ ଅଭିଯୋଗ କରିଛନ୍ତି । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସେମାନେ ଦାବି କରିଛନ୍ତି । ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଉନଥିବା ହେତୁ ଏହି ଟ୍ରାଫିକ ସମସ୍ୟା ଉପୁଜୁଥିବା ଟ୍ରାଫିକ ଜାମ୍ ରେ ଫସି ରହିଥିବା ଯାତ୍ରୀ ନବକିଶୋର ଦାସ, ମାଣିକା ବେହେରା, ଟିକିଲି ସୁନା, ଶହଦବେ ନାଏକ ପ୍ରମୁଖ ଅଭିଯୋଗ କରିଥିଲେ ।