ଟ୍ରାଫିକ ପୋଲିସ ପକ୍ଷରୁ ଫାଇନ ଆଦାୟ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଶୀତ ଦିନରେ କୋରନା ଅଧିକ ବ୍ୟାପିବାର ସମ୍ଭାବନା ଥିବାବେଳେ ସରକାର ବାରମ୍ବାର ଏ ନେଇ ଲୋକ ମାନଙ୍କୁ ସଚେତନ କରାଉଛନ୍ତି । କିନ୍ତୁ କିଛି ଅମାନିଆ ଲୋକ ଏହାକୁ ମାନିବାକୁ ନାରାଜ ଏହି ପରି ପ୍ରେକ୍ଷୀରେ ଆଜି ସାକା ୯ଟା ରେ ବହ୍ମପୁର ମଧ୍ୟରେ ଥିବା ଟ୍ରାଫିକ ଥାନା ନିକଟରେ ଟ୍ରାଫିକ ପୋଲିସ ପକ୍ଷରୁ ମାସ୍କ ଓ ହେଲମେଟ ଚେକିଙ୍ଗ୍ କରାଯାଇଥିଲା । ଏହି ଚେକିଙ୍ଗ ସମୟରେ ବହୁ ଅମାନିଆ ଧରାପଡ଼ିଛନ୍ତି । କିଏ ନାକ ତଳେ ମାସ୍କ ପିନ୍ଦି ବୁଲୁଛି ତ କିଏ ବିଲକୁଲ ମାସ୍କ ପିନ୍ଦୁ ନାହାନ୍ତି। ଏହି ଭଳି ହେଲେମେଟ ମଧ୍ୟ ନ ପିନ୍ଦି ବହୁ ଯାତ୍ରୀ ଧରା ପଡ଼ିଛନ୍ତି । ଲୋକମାନେ ସଚେତନ ନ ହେବା ଯୋଗୁଁ ପୋଲିସ ଫାଇନ୍ କାଟୁଥିବା ଜଣେ ପୋଲିସ ଅଫିସର କହିଛନ୍ତି । ତେବେ ଲୋକ ନିଜ ଜୀବନ ପ୍ରତି କେବେ ସଚେତନ ହେବେ ତାହା ଦେଖି ବାକୁ ବାକି ରହିଲା ।


