ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗାଙ୍ଗପୁର ଥାନା ଆମ ପୋଲିସ ସମିତି ତରଫରୁ ଗୋବରା ବିଶ୍ୱ ଭାରତୀ ଆବାସିକ ବିଶ୍ୱବିଦ୍ୟାଳୟରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି କୁଞ୍ଚବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ପୁଣି ଥରେ ମୋଟର ଯାନ ଆଇନ କୁ ୩ ମାସ କୋହଳ କରିଥିବା ବେଳେ ପୋଲିସ ତରଫରୁ ନିଜର ସୁରକ୍ଷା ନିମନ୍ତେ ଗାଡି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ସହ ସିଟ ବେଲ୍ଟ ବାନ୍ଧିବା , ଓ ଗାଡି ଚଳାଇବା ବେଳେ ମୋବାଇଲରେ ଫୋନରେ କଥା ନହେବା ଏତଦ ବ୍ୟତୀତ ମଦ୍ୟପାନ କରି ଗାଡି ନଚଳାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥିରୁପେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରାଫିକ ସଚେତନତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦୁମ୍ନ ପାତ୍ର , ସମ୍ମାନିତ ଅତିଥିରୁପେ ଗୋବରା ପୂର୍ବତନ ସଂରପଞ୍ଚ ଚନ୍ଦ୍ରଶେଖର ନାୟକ ,ସଂରପଞ୍ଚ ପ୍ରତିନିଧି ରାଧାସ୍ୱାମୀ ରାଜୁ , ପ୍ରଧାନ ଶିକ୍ଷକ ସୁରଭି ମାଳ ବିଷୋଇ ,ବେଣୀପଲ୍ଲୀ ସମିତି ସଭ୍ୟ ଦୂର୍ଗା ମାଧବ ନାୟକ , ଏ.ଏସ.ଆଇ ଆର .କେ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷୟତ୍ରୀ ସଂଗୀତା ସେଠୀ ,ଦିପ୍ତିମୟୀ ନାୟକ, ବିର୍ଷ୍ଣୁପ୍ରିୟା ଦାସ ,ଶୁଭଶ୍ରୀ ନାୟକ , ସାବିତ୍ରୀ ମହାପାତ୍ର ,ଶିକ୍ଷକ ଗଙ୍ଗାଧର ଗୈାଡ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ବାବୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ