ଟ୍ରାଫିକ ସମସ୍ୟା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲା ମହାବିଦ୍ୟାଳୟର କୁଚିଣ୍ଡା ଏନଏସଏସ, ଏନସିସି, ଯୁବ ରେଡକ୍ରସ ଏବଂ ସମ୍ବଲପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଶୁକ୍ରବାର ଟ୍ରାଫିକ ସମସ୍ୟା ସମାଧାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ଯକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର ଏଥିରେ ସଭାପତିତ୍ୱ କରି ଗାଡିଚାଳନା ସମୟରେ ସତର୍କତା ଅବଲମ୍ବନ ସହ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ବଲପୁର ନେହେରୁ ଯୁବକେନ୍ଦ୍ର ଅଧିକାରୀ ମାରିଆନୁସ ବିଲୁଙ୍ଗ, କୁଚିଣ୍ଡା ଥାନାର ଏସଆଇ ହାଡୁ ବେହେରା ଅତିଥିଭାବେ ଯୋଗଦେଇ ଟ୍ରାଫିକ ନିୟମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଏନଏସଏସ ପ୍ରୋଗ୍ରାମ ଅଫିସର ବେଲମତୀ କୁମୁରା ସଂଯୋଜନା କରିଥିବାବେଳେ ଯୁବରେଡକ୍ରସ ଅଧିକାରୀ ଭିକାରୀ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି, ଜାନୁଆରୀ ୧୭ରୁ ୨୩ପର୍ଯ୍ୟନ୍ତ ମହାବିଦ୍ୟାଳୟର ୨୫ ଜଣ ସ୍ୱେଚ୍ଛାସେବୀ ଟ୍ରାଫିକ ସଚେତନତା ତାଲିମ ଗ୍ରହଣକରି କୁଚିଣ୍ଡାର ବିଭିନ୍ନ ଛକରେ ପୋଲିସ କର୍ମଚାରୀଙ୍କ ସହ କାମ କରିବେ।