“ଟ୍ରି ଫାଉଣ୍ଡେସନ” ଦ୍ଵାରା ବନ ମହୋତ୍ସବ ସପ୍ତାହ ପାଳନ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ବର୍ତ୍ତମାନ ପରିସ୍ଥିତି ରେ ବୃକ୍ଷର ଆବଶ୍ୟକତା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଯେହେତୁ ଆମେ କୋଟି କୋଟି ଅଣୁ ପରମାଣୁ କୁ ନେଇ ବଞ୍ଚୁଛନ୍ତି ତେଣୁ ବର୍ତ୍ତମାନ ଆମକୁ ସୁସ୍ଥ ପରିବେଶ ଗଠନ ଓ ବୃକ୍ଷରାଜି ର ସୁରକ୍ଷା ଦିଗରେ ଗୁରୁତ୍ବ ପ୍ରଦାନ କରିବା ଉଚିତ। ଏହି ପରିପ୍ରେକ୍ଷୀରେ “ବନ ମହୋତ୍ସବ ସପ୍ତାହ” ଚାଲିଥିବା ବେଳେ ସାମୁହିକ ବୃକ୍ଷ ରୋପଣ କୁ ପ୍ରାଧାନ୍ୟ ଦେଇ “ଟ୍ରି ଫାଉଣ୍ଡେସନ” ଦ୍ଵାରା ସପ୍ତାହ ବ୍ୟାପି ଶେରଗଡ଼ ବ୍ଲକ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ଗାଁ ଗହଳିରେ ଜନ ସଚେତନତା ସହ “ମାଆ ପାଇଁ ଗଛଟିଏ” ଓ “ଦାରୁବ୍ରହ୍ମ ପାଇଁ ବୃକ୍ଷଟିଏ” ଅଭିଯାନ ମାଧ୍ୟମରେ ନିମ୍ବ, ଅଁଳା, ପଣସ, ପିଜୁଳି, ଅର୍ଜୁନ, ଅଶୋକ, ବଉଳ ଆଦି ବୃକ୍ଷ ରୋପଣ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନର ସଦସ୍ୟ ବୃନ୍ଦ ଓ “ଟ୍ରି ଫାଉଣ୍ଡେସନ” ର ସ୍ୱେଚ୍ଛାସେବୀ ବାଦଲ ଗୌଡ, ସଞ୍ଜୟ ପ୍ରଧାନ,କୃଷ୍ଣ ବାଡ଼ତ୍ୟା, ଗୌରହରୀ ବିଷୋୟୀ, ବୁନା ସ୍ୱାଇଁ, ନିରାକାର ବିଷୋୟୀ, ରାମକୃଷ୍ଣ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଆଗାମୀ ସମୟରେ ପରିବେଶ ର ସୁରକ୍ଷା ଦିଗରେ ବହୁ ଜନ ସଚେତନତା ସହ ଆମ ଚାରିପାଖରେ ବୃକ୍ଷ ବଳୟ ସୃଷ୍ଟି କରିବା ନିମିତ୍ତ ସାମୁହିକ ବୃକ୍ଷ ରୋପଣ କରାଯିବା ର ଯୋଜନା ରହିଛି।