ଟ୍ରେଡ୍ ଲାଇସେନ୍ସ ବାବଦରେ ଧାର୍ଯ୍ୟ ମୂଲ୍ୟକୁ କୋହଳ ନିମନ୍ତେ ବ୍ୟବସାୟୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, ( ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ଦ୍ଧାରିତ କରାଯାଇଥିବା ଟ୍ରେଡ୍ ଲାଇସେନ୍ସ୍ ବାବଦରେ ମୂଲ୍ୟକୁ ସଂଶୋଧନ କରିବା ଉଦ୍ଦେଶ୍ୟରେ ଛତ୍ରପୁର ସହରର ବ୍ୟବୟାସୀ ମହାସଂଘ ଓ ସଭ୍ୟମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଛତ୍ରପୁର ଏନ୍ଏସି ତରଫରୁ ଧାର୍ଯ୍ୟ କରାଯାଇଥିବା ଟ୍ରେଡ୍ ଲାଇସେନ୍ସ ବାବଦରେ ମୂଲ୍ୟ ଅନ୍ୟ ଏନ୍ଏସି ଓ ମ୍ୟୁନିସିପାଲଟି ଅପେକ୍ଷା ବହୁତ ଅଧିକ ରହିଛି । ଏଣୁ ଛତ୍ରପୁର ଏନ୍ଏସି ନିର୍ଧାରଣ କରିଥିବା ମୂଲ୍ୟକୁ ପୁନଃବିଚାର କରି ସହରର ନିକଟ ଏନ୍ଏସି ଏବଂ ମ୍ୟୁନିସିପାଲଟିର ନିର୍ଧାରିତ ମୂଲ୍ୟକୁ ବିଚାର କରି ସଂଶୋଧନ କରାଗଲେ ଛତ୍ରପୁର ସହରର ବ୍ୟବସାୟୀମାନେ ଉପକୃତ ହେବ ବୋଲି ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଥିଲେ । ବ୍ୟବସାୟୀଙ୍କ ସୁବିଧା ହେବା ଭଳି ପଦକ୍ଷେପ ନିଆଯିବ ଏବଂ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ସହରର ବ୍ୟବସାୟୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି.ରାଜିବାବୁ, ବଡ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ ସେନାପତି, ମା’ବ୍ୟାଘ୍ରଦେବୀ ବ୍ୟବୟାସୀ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ମା’ ରାମାୟାଣାମ୍ମା ବ୍ୟବସାୟୀ ସଂଘର ସଭାପତି ସୟଦ ମୁକ୍ତାରଙ୍କ ସମେତ ଶତାଧିକ ସଭ୍ୟମାନେ ଉପସ୍ଥିତ ଥିଲେ । ପରେ ମହାସଂଘ ପକ୍ଷରୁ ଛତ୍ରପୁର ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହାସହ ଡିଆରଡିଏ ପିଡି ଶ୍ରୀ ସ୍ୱାଇଁ ନିଜସ୍ୱ ପ୍ରକୋଷ୍ଠରେ ମହାସଂଘ କିଛି ସଦସ୍ୟ ମାନଙ୍କ ଟ୍ରେଡ ଲାଇସେନ୍ସ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ସମସ୍ତ ବ୍ୟବସାୟୀ ମାନେ ସ୍ଥାନୀୟ ଚଣ୍ଡିଛକ ଠାରେ ଏକତ୍ର ହୋଇ ଏକ ବିରାଟ ର‌୍ୟାଲିରେ ଡିଆରଡିଏ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ଓ ଡିଆରଡିଏ ପିଡି ଙ୍କୁ ବେଟି ପୃଥକ୍ ପୃଥକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ