ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟ

ଧମାନଗର (ସନ୍ତୋଷ ପ୍ରଧାନ) :-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ଗଢିଆଳି ପଞ୍ଚାୟତ ଝାରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ଆଜି ସ୍ତମ୍ବିବୁତ କରିଦେଇଛି I ଝାରଡ଼ିଆ ଗ୍ରାମର ଗଦାଧର ରାଉତଙ୍କ ବଡ଼ ପୁଅ ଦୀପକ ରାଉତ (30) ଦୀପକ ବୁଧବାର ଦିନ ସନ୍ଧ୍ୟା ସମୟରେ କଲୋକତା ଯିବାକୁ ବାହାରି ଭଦ୍ରକ ରେଲୱେ ଟେସନ ଯାଇ ଟିକଟ କାଟି ଟ୍ରେନରେ ଚଢି କୋଲକତା ଯାଉଥିବା ସମୟରେ ଟ୍ରେନରୁ ଖସିଯାଇ ତାଙ୍କ ଗୋଡ଼ କଟି ଯିବା ଓ ମୁଣ୍ଡ ହାତରେ ଜୋର କରି ଆଘାତ ଲାଗିବାରୁ ସେ ସେଠାରେ ପଡି ରହିଥିଲେ ଏହି ଘଟଣା ଭଦ୍ରକ ଟେସନ କିଛି ଦୂରରେ ହୋଇଥିଲା I ଘଟଣା ସ୍ଥଳରେ ରେଲୱେ ପୋଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ ତାଙ୍କଦେହରୁ ବହୁମାତ୍ରାରେ ବ୍ଲଡ଼ ଯିବାରୁ ତାଙ୍କୁ ଡାକ୍ତର ବଞ୍ଚାଇ ପାରିନଥିଲେ ଶେଷରେ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଶବବେବଛଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଥିଲେ.ଦୀପକଙ୍କ ବିବାହ ଆଜକୁ 10 ବର୍ଷ ହେବ ତାଙ୍କ ଧର୍ମପତ୍ନୀ ସଙ୍ଗୀତା ମହାରଣା ତାଙ୍କର ୨ ଟି ପୁଅ ଅଛି ବଡ଼ ପୁଅ ବୟସ ୮ ବର୍ଷ ଛୋଟ ପୁଅ ୨ ବର୍ଷର. ଦୀପକଙ୍କ ବିବାହ ଖଇରା ବ୍ଲକ ନୂଆ ଗାଁ ବାଲେଶ୍ବର ଜିଲ୍ଲାରେ ହୋଇଥିଲା ଝାରଡ଼ିଆ ଅଞ୍ଚଳରେ ଏକ ଶୋକରଛାୟା ଦେଖିବାକୁ ମିଳିଛି କାରଣ ଦୀପକ ଏକ ମାତ୍ର ରୋଜଗାରିଆ ସେ ଏକ କୋଲକାତା ରେ ଲେବର କାମକରି ପରିବାର ଚଳାଇଥାନ୍ତି I ଏବେ ତାଙ୍କର ୨ ଟି ଛୋଟ ଛୁଆ କିଭଳି ଭାବରେ ପରିବାର ଚଳିବ ଏବେ ସ୍ତ୍ରୀ ବାହୁନି ବାହୁନି କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ