ଟ୍ରେନିଂ ବେଳେ ଫୁଟିଲା ଗ୍ରେନେଡ଼ : ହାବିଲଦାର ସହିଦ

ଭୁବନେଶ୍ୱର : ଚନ୍ଦକା ଏସଓଜି ଟ୍ରେନିଂ ସେଂଟରରେ ଏକ ବଡ଼ ଅଘଟଣ ଘଟିଛି । ଟ୍ରେନିଂ ବେଳେ ଗ୍ରେନେଡ଼ ବିସ୍ଫୋରଣ ହେବାରୁ ହାବିଲଦାର ପ୍ରକାଶ ସାହୁ ସହିଦ ହୋଇଛନ୍ତି । ମିଳିଥିବା ସୂଚନାନୁସାରେ, ହ୍ୟାଣ୍ଡ ଗ୍ରେନେଡ଼ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିଲା । ତେବେ ପ୍ରଶିକ୍ଷଣ ନେଉଥିବାବେଳେ ଜଣେ ଯବାନଙ୍କର ହାତରେ ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣ ହେବାର ଆଶଙ୍କା ରହିଥିଲା । ତେବେ ପ୍ରକାଶ ଏହା ଦେଖିପାରି ସାହସିକତାର ସହ ହ୍ୟାଣ୍ଡ ଗ୍ରେନେଡ଼କୁ ବିସ୍ଫୋରଣ ନକରାଇ ଦେବା ପାଇଁ ଉଦ୍ୟମ କରିଥିଲେ । ଟ୍ରେନିଂ ନେଉଥିବା ଯବାନଙ୍କୁ ସେ ବଂଚାଇବାରେ ସକ୍ଷମ ହୋଇଥିଲେବି ନିଜେ ସହିଦ ହୋଇ ଯାଇଛନ୍ତି । ଅପରପକ୍ଷରେ ୨ ହାବିଲଦାର ଗୁରୁତର ଭାବେ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ