ଟ୍ରେନ୍‌ରୁ ଖସି ଦୁଇ ମହିଳାଙ୍କ ମୃତ୍ୟୁ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ ବ୍ଳକ ପିତାତଳି ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ଦୁଇ ଜଣ ମହିଳା ଙ୍କ ଟ୍ରେନ ରେ କଟି ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ହେଲେ ପ୍ରତିମା ଗୌଡ଼ ଏବଂ ଝୁନୁ ଗୌଡ଼ ବୋଲି ଜଣା ପଡିଛି। ଦୁହେଁ ଜଗନ୍ନାଥ ପୁର ବିଦ୍ୟାଳୟ ରେ ପାଚିକା ଏବଂ ସହାୟିକା ଭାବେ କାର୍ଯ୍ୟ କରିଥିଲେ। ଆଜି ସକାଳେ ଅଞ୍ଚଳର କେତେକ ବିଦ୍ୟାଳୟ ର ପାଚିକା ସହାୟିକା ମାନେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ସଂଘ ର ପ୍ରତିବାଦ କାର୍ଯ୍ୟକ୍ରମ ଯୋଗ ଦେବାକୁ ରେଳ ଯୋଗେ ବାହାରି ଥିଲେ। ଆଜି ସକାଳେ ସୋରଳ ଷ୍ଟେସନରେ ଦୁହେଁ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସିପଡିଥିଲେ । କାହାରି ଫଳରେ ଉଭୟ ମହିଳାଙ୍କ ମୃତ୍ୟୁ ହୋଇଛି । ପିତାତାଳି ସରପଞ୍ଚ ଏ. ରାଙ୍ଗାରାଓ, ଏବଂ ଉଭୟଙ୍କ ପରିବାର ବର୍ଗ ସହିତ ଗ୍ରାମର ବହୁ ବ୍ୟକ୍ତି ଏହି ଦୁଃଖଦ ଖବର ଶୁଣି ରେଳ ଷ୍ଟେସନ ଠାରେ ପହଞ୍ଚି ଥିଲେ। ଜାହାରି ଫଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା।ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରାଯାଇ ଥିଲା।ଏନେଇ ଜିଆରପି ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଶଵ ବ୍ୟବଛେଦ ପାଇଁ ପଠାଇଛି । ଏହି ଖବର ପ୍ରଚାରିତ ହେବା ପରେ ଚିକିଟି ଚିକିଟୀ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଜାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ