ଟ୍ରେନ୍ ଟିକେଟ୍ ବୁକିଂ ସମୟରେ ମିଳିବ ୫୦% ଛାଡ
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସେବା ପ୍ରଦାନ କରାଯାଉଛି । କିନ୍ତୁ ଅନେକ ଥର ଏମିତି ହୁଏ ଯେ, ଯାତ୍ରୀମାନେ ଟ୍ରେନ୍ ସେବା ବିଷୟରେ ବିଶେଷ କିଛି ଜାଣିନଥାନ୍ତି । ଆଜି ଆମେ ଆପଣଙ୍କୁ ଟ୍ରେନ୍ର ଏଭଳି କିଛି ସୁବିଧା ବିଷୟରେ ଜଣାଇବୁ ଯାହା ଦ୍ୱାରା ଟିକେଟ୍ ବୁକିଂ ସମୟରେ ଆପଣ ୫୦ ପ୍ରତିଶତ ଛାଡ଼ ପାଇପାରିବେ ।
ଭାରତୀୟ ରେଳ ବିଭାଗ ପକ୍ଷରୁ ମେଲ, ଏକ୍ସପ୍ରେସ୍, ରାଜଧାନୀ, ଶତାବ୍ଦୀ, ଜନଶତାବ୍ଦୀ, ଦୂରନ୍ତ ଭଳି ଟ୍ରେନ୍ ରେ ୫୦ ପ୍ରତିଶତ ଛାଡ଼ ପ୍ରଦାନ ପାଇବାର ବ୍ୟବସ୍ଥା ରହିଛି । ନିୟମ ଅନୁଯାୟୀ, ପୁରୁଷଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଛାଡ ପାଇବାର ବ୍ୟବସ୍ଥା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ କେଉଁ ଛାଡ ମିଳିପାରିବ । ରେଳ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଏହି ଛାଡ ପ୍ରଦାନ କରାଯାଉଛି । ଯଦି ପୁରୁଷ ବ୍ୟକ୍ତିର ବୟସ ୬୦ରୁ ଅଧିକ, ତେବେ ଆଇଆରସିଟିସି ଅନୁସାରେ ଟିକେଟ୍ ବୁକିଂ ସମୟରେ ତାଙ୍କୁ ୪୦ ପ୍ରତିଶତ ଛାଡ ମିଳିବ । ସେହିପରି ମହିଳାଙ୍କ ବୟସ ୫୮ ବର୍ଷ ହୋଇଥିଲେ, ତାଙ୍କୁ ଟିକେଟରେ ୫୦ ପ୍ରତିଶତ ଛାଡ ମିଳିବ । ଆଇଆରସିଟିସିର ଇ-ଟିକେଟ୍ ୱେବ୍ ସାଇଡ୍ ଙ୍ଗଙ୍ଗଙ୍ଗ.ସକ୍ସମଗ୍ଧମ.ମକ୍ଟ.ସଦ୍ଭ ରେ ବରିଷ୍ଠ ନାଗରିକ ଏହାର ସୁବିଧା ପାଇପାରିବେ । ରିଜର୍ଭେଶନ ଫର୍ମ ଭରିବା ସମୟରେ ଚେକବକ୍ସରେ କ୍ଲିକ୍ କରି ବରିଷ୍ଠ ନାଗରିକମାନେ ଏହି ସୁବିଧା ପାଇଁ ଦାବି କରିପାରିବେ । ନହେଲେ ଏହି ସୁବିଧା ପାଇ ପାରିବେ ନାହିଁ । ବରିଷ୍ଠ ନାଗରିକ ଯାତ୍ରା କରିବା ସମୟରେ ନିଜ ସହ ବୟସ ସୂଚାଉଥିବା ପରିଚୟ ପତ୍ର ନେଇ ଯିବା ବାଧ୍ୟତାମୂଳକ ।


