ଟ୍ରେନ୍ ଧକ୍କାରେ ପୋଲିସ ଅଧିକାରୀଙ୍କ ପତ୍ନୀ ମୃତ

ମୋହନା, (ଅଂଶୁମାନ ପଣ୍ଡା): ବ୍ରହ୍ମପୁରର ଗୋପାଳପୁର ଓଭରବ୍ରିଜ୍‌ ନିକଟସ୍ଥ ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତିରେ 11.30 ମିନିଟ୍‌ ସମୟରେ ମହିଳା ଜଣକ ରେଳଧାରଣା କ୍ରସ ହେଉଥିବା ବେଳେ ହଠାତ୍‌ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ହେଉଛନ୍ତି ଗଜପତି ଡ଼ିଏସପି ଅନୀଲ କୁମାର ପ୍ରଧାନଙ୍କ ସ୍ତ୍ରୀ ସୁଷମା ପ୍ରଧାନ । ଅନୀଲ କୁମାର ପ୍ରଧାନ ନିଜ ପରିବାର ସହିତ ଖୋଡ଼ାସିଙ୍ଗି ସ୍ଥିତି କଳିଙ୍ଗ ନଗର ଠାରେ ରହୁଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଜତା ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ଏକ ମୃତଦେହ ଗୋପାଳପୁର ଓଭରବ୍ରିଜ୍‌ ନିକଟସ୍ଥ ରେଳ ଧାରଣା ପଡ଼ିଥିବା ନେଇ ଜିଆରପିକୁ ଖବର ଦେଇଥିଲେ । ଏହାପରେ ଜଣାପଡ଼ିଥିଲା ମୃତ ଜଣକ ହେଲେ ଗଜପତି ଡ଼ିଏସପି ଅନୀଲ କୁମାର ପ୍ରଧାନଙ୍କ ସ୍ତ୍ରୀ ସୁଷମା ପ୍ରଧାନ। ଏନେଇ ଜିଆରପି ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଏହାପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମୃତଦେହର ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା । ସୁସମାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ନିମନ୍ତେ ପୁରୀକୁ ନିଆଯାଇଛି । କିନ୍ତୁ ରେଳ ଧାରଣା ପାର କଲା ବେଳେ ସେ କେମିତି ଜାଣିପାରିଲେ ନାହିଁ, କଣ ଥାଇ ପାରେ ପୁରା ଘଟଣା,ବିଭିନ୍ନ ଦିଗକୁ ପୋଲିସ ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ