ଟ୍ରେନ୍ ଯାତ୍ରା ସମୟରେ ଏଭଳି ଭୁଲ ପଡ଼ିପାରେ ମହଙ୍ଗା

ଟ୍ରେନ୍ରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ପାଇଁ କିଛି ନିୟମ ରହିଛି । ଏହାର ପାଳନ ନ କରିବା ଦ୍ୱାରା ଆଇନଗତ ତଦନ୍ତ ହେବା ସହ ଜେଲଦଣ୍ଡ ମଧ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଯାତ୍ରୀମାନେ କରୁଥିବା ସେହି ସବୁ ଭୁଲ ବିଷୟରେ ଜଣାଇବାକୁ ଯାଉଛୁ ।
୧.କମ୍ ଦୂରତାକୁ ଯାତ୍ରା କରିବା ପାଇଁ ଟିକେଟ୍ କରି ଅଧିକ ଦୂର ପର୍ଯ୍ୟନ୍ତ ଯାତ୍ରା କରୁଥିବା ସମୟରେ ଧରାପଡ଼ିଲେ, ଟ୍ରେନ୍ରୁ ଓହ୍ଲାଇ ଦିଆଯାଇଥାଏ । ଯେଉଁ ଷ୍ଟେସନରେ ଟିଟିଇ ଯାତ୍ରୀଙ୍କ ଏଭଳି ଭୁଲ ବିଷୟରେ ଜାଣିବେ, ତୁରନ୍ତ ସେହି ଷ୍ଟେସନରେ ଯାତ୍ରୀଙ୍କୁ ଓହ୍ଲାଇ ଦେଇପାରିବେ । ଏହା ସହ ଯଦି ୧୦୦ଟଙ୍କାର ଟିକେଟ କାଟି ଯାତ୍ରୀ ୫୦୦ଟଙ୍କାର ଦୂରତା ଅତିକ୍ରମ କରିଥିବା ଜଣାପଡ଼େ, ତେବେ ତା’କୁ ୪୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ ।
୨. କମ ଦୂରତାର ଟିକେଟ୍ କରି ଯଦି ଯାତ୍ରୀ ରେଷ୍ଟ୍ରିକ୍ଟେଡ୍ ଟ୍ରେନ୍ରେ ଯାତ୍ରା କରୁଥିବାର ଧରାପଡ଼େ, ତେବେ ଯାତ୍ରୀକୁ ଟିକେଟ ପାଇଁ ଦେଇଥିବା ଭଡ଼ା ଏବଂ ପାଖରେ ଥିବା ଷ୍ଟେସନକୁ ଯିବା ପାଇଁ ଲାଗୁଥିବା ଭଡ଼ା ମଧ୍ୟରେ ଥିବା ପାର୍ଥକ୍ୟ ଯେତିିକି, ସେତିକି ଟଙ୍କା ଦେବାକୁ ପଡ଼ିଥାଏ ।
୩. ପୋଷ୍ଟାଲ ଭ୍ୟାନ୍ରେ ଯାତ୍ରା କରିବା ପାଇଁ କେବଳ ରେଲୱେ ମେଲ୍ ସେବା କର୍ମଚାରୀଙ୍କୁ ମେଟାଲ ଟୋକନ ମିଳିଥାଏ । ଯଦି କେହି ଚେକିଂ ସମୟରେ ଏହି ଟୋକନ ଦେଖାଇ ପାରି ନଥାଏ, ତେବେ ମାମଲାର ତଦନ୍ତ ଦାୟିତ୍ୱ ଭିିଭିଜିନାଲ କମର୍ସିଆଲ ସୁପରିଟେଣ୍ଡଣ୍ଟଙ୍କୁ ଦିଆଯାଇଥାଏ ।
୪.ନିୟମ ଅନୁସାରେ, ମହିଳା ବଗିରେ କେବଳ ମହିଳା ଟିଟିଇଙ୍କୁ ଟିକେଟ୍ ଯାଞ୍ଚ କରିବାର ଅଧିକାର ରହିଛି । ପୁରୁଷ ଟିଟିଇ ଏହି ବଗିକୁ ଯାଇ ଟିକେଟ ଚେକ୍ କରିପାରିବେନାହିଁ । କିନ୍ତୁ ପ୍ଲାଟ୍ଫର୍ମରେ ପୁରୁଷ ଟିଟିଇ ମହିଳା ବଗିର ଯାତ୍ରୀମାନଙ୍କ ଟିକେଟ ଚେକ୍ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ