ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ନୀଳଗିରି,(ୱାଏନଏସ):ନିଳଗିରି ଗୋପିନାଥପୁରରୁ ବାଲେଶ୍ଵର ଯାଉଥିବା ଯାତ୍ରୀବାହୀ ଟ୍ରେନ ଆଗକୁ ଜଣେ ଯୁବକ ଡେଇଁ ପଡ଼ିଥିଲେ। ରେଳ ଲାଇନ୍ ଭିତରେ ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲା। ଏହା ଦେଖି ଟ୍ରେନ ଡ୍ରାଇଭର ନିଜର ମାନବିକତା ଦେଖାଇ ଟ୍ରେନକୁ ଛିଡା କରାଇ ଗୁରୁତର ଅବସ୍ଥାରେ ଉକ୍ତ ଟ୍ରେନରେ ବାଲେଶ୍ଵର କୁ ନେଇଯାଇ ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ। ଡାକ୍ତର ଯୁବକକୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ଗୁରୁବାର ଦିନ ପ୍ରାୟ ୧ଟା ୨୦ମିନିଟ୍ ସମୟରେ ନିଳଗିରି ଗୋପିନାଥପୁର ଷ୍ଟେସନ୍ ରୁ ଯାତ୍ରୀବାହୀ ଟ୍ରେନ ଟି ବାଲେଶ୍ଵର ଅଭିମୁଖେ ଛାଡିଥିଲା। ରାଇ ଗାଁ ଗେଟ ପରେ ପରେ ଏକ ବାଙ୍କ ନିକଟରେ ନିଳଗିରି ଏନ୍ ଏ ସି ୧୧ନମ୍ବର ୱାର୍ଡର ଷ୍ଟେସନ୍ ସାହି (ପଣ୍ଡା ଅଫିସ) ଗ୍ରାମର ବାଙ୍ଗୁରୁ ସିଂର ପୁଅ ବାପିଲି ସିଂ ଆତ୍ମହତ୍ୟା ପାଇଁ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲା। ଏହା ଟ୍ରେନ ଡ୍ରାଇଭର ଜାଣିବା ପରେ ଟ୍ରେନକୁ ଅଟକାଇ ଗୁରୁତର ଅବସ୍ଥାରେ ଉକ୍ତ ଟ୍ରେନରେ ବାଲେଶ୍ଵର ନେଇଯାଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ବାପିଲୀ କୁ ମୃତ ଘୋଷଣା କରିଥିଲେ। ଉକ୍ତ ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଛି। ସୂଚନା ଅନୁସାରେ ଗାର୍ଡ ସାହିବଙ୍କ ନିର୍ଦ୍ଦେଶ ଅନୁଯାଇ ଗୁରୁତର ଯୁବକଙ୍କୁ ଟ୍ରେନରେ ନିଆଯାଇଥିଲା।