ଟ୍ରେନ ଚେନ୍ ଟାଣି ଓହ୍ଲାଇଗଲେ ପ୍ରବାସୀ

ଭୁବନେଶ୍ବର : କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି ।
ତେବେ ଏହାରି ଭିତରେ ଟ୍ରେନରେ ଫେରୁଥିବା ବେଳେ କିଛି ପ୍ରବାସୀ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କି ଦୁଇ ଜଣ ନୁହେଁ ଏକାବେଳେ ୪୦୦ରୁ ଅଧିକ ପ୍ରବାସୀ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିଥିଲେ । ବ୍ରହ୍ମପୁରରୁ ଭଦ୍ରକ ଯିବା ବେଳେ ସମ୍ପୃକ୍ତ ପ୍ରବାସୀମାନେ ଚିଲିକା ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ତେବେ ଜିଆରପି ପକ୍ଷରୁ ଷ୍ଟେସନରେ ସମସ୍ତଙ୍କୁ ଅଟକ ରଖି ପ୍ରଶାସନକୁ ଖବର ଦିଆଯାଇଥିଲା । ଉକ୍ତ ଟ୍ରେନଟି ଆନ୍ଧ୍ରପ୍ରଦେଶର ନୁମ୍ବରରୁ ପ୍ରବାସୀମାନଙ୍କୁ ଧରି ଭଦ୍ରକ ଆସୁଥିଲା । ବ୍ରହ୍ମପୁରରେ କିଛି ପ୍ରବାସୀ ଓହ୍ଲାଇବା ପରେ ଅନ୍ୟମାନଙ୍କୁ ଧରି ଭଦ୍ରକ ଆସୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ