ଟ୍ରେନ ଦୁର୍ଘଟଣାରେ ଆହତ ମାନଙ୍କ ପାଇଁ ବିବେକାନନ୍ଦ ଯୁବକ ସଂଘ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର
ହାଟଡିହିି, (ବିକାଶ ବିଶ୍ୱାଳ):ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ ଉଦେ୍ଦଶ୍ୟରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଟୁକୁଣା ଡାକ୍ତରଖାନା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ବିବେକାନନ୍ଦ ଯୁବକସଂଘ ଟୁକୁଣା ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୁଲ୍ୟରେ ହେବାକୁଥିବା ଏହି ଶିବିର ୮ତାରିଖ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ବହୁ ସଂଖ୍ୟକ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବାକୁ ଆଗ୍ରହୀ ଥିବାବେଳେ ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିବାକୁ ସହମତି ପ୍ରଦାନ କରିଛନ୍ତି । ଏଣୁ ଯେଉଁମାନେ ରକ୍ତଦାନ କରିବାକୁ ଆଗ୍ରହୀ ଅଛନ୍ତି ସେମାନେ ନବଘନ ନାୟକ ୯୪୩୮୪୧୫୨୦୮ , ସତ୍ୟବ୍ରତ ବିଶ୍ୱାଳ ୬୩୭୨୪୬୮୩୪୮ରେ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି ।