ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ : ଉଭୟ ବନ ବିଭାଗ ଓ ରେଳବାଇ ପରସ୍ପରକୁ ଦୋଷ ଦେଉଛନ୍ତି
ଯୋଡ଼ା, (ସମୀର କୁମାର ଦାସ) :-କେନ୍ଦୁଝର, ଯୋଡ଼ାରେ ମାଲବାହୀ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିବା ପରେ ହାତୀ ମୃତ୍ୟୁ କୁ ନେଇ ଆରମ୍ଭ ହୋଇଛି ଦୋଷ ଲଦାଲଦି । ଉଭୟ ବନ ବିଭାଗ ଓ ରେଳବାଇ ପରସ୍ପରକୁ ଦୋଷ ଦେଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏକାଥରକେ ୩ଟି ହାତୀର ମୃତ୍ୟୁ ପାଇଁ ଦାୟୀ କିଏ ? ସେପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି । କେନ୍ଦୁଝର, ଯୋଡ଼ାରେ ମାଲବାହୀ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ । ରେଳ ଧାରଣା ପାରିହେବା ସମୟରେ ଗୋଟିଏ ମାଈ ହାତୀ ସମେତ ୨ଟି ଛୁଆ ହାତୀଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କେନ୍ଦୁଝର ଜିଲ୍ଲା, ଯୋଡ଼ାର ବେହେରା ହଟିଂ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ, ବାଂଶପାଣୀ – ଜୁରୁଡ଼ି ରେକପଥର 404 ନଂ ପିଲ୍ଲାର ନିକଟରେ ଏକ ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା । ଦିନବେଳେ ଏହି ୨୨ ଟିକିଆ ହାତୀପଲ ମାଲଦା ଜଙ୍ଗଲରେ ରହିଥିବା ବେଳେ, ସନ୍ଧ୍ୟାରେ ବୈତରଣୀ ସଂରକ୍ଷିତ ଜଙ୍ଗଲ (କ) ଦେଇ ଯାଉଥିବା ରେଳ ଧାରଣା ପାରିହେଉଥିଲେ । ଏହି ସମୟରେ ବାଂଶପାଣୀ – ଜୁରୁଡ଼ି ରୁଟରେ ଯାଉଥିବା ଏକ ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କାଦେଇଥିଲା । ଟ୍ରେନ ଧକ୍କା ଫଳରେ ଗୋଟିଏ ଛୁଆ ହାତୀଟି ପାଖ ଡ୍ରେନରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ, ଗୋଟିଏ ମାଈ ହାତୀ ଓ ଅନ୍ୟ ଏଜ ଛୁଆ ହାତୀ, ଗୁରୁତର ଆହତ ହୋଇ ଟ୍ରେନ ଲାଇନ କଡ଼ରେ ଛଟପଟ ହେଉଥିଲେ । ଆହତ ହାତୀଙ୍କୁ ଅନ୍ୟ ହାତୀମାନେ ଜଗି ରହିଥିଲେ । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଳ ବାଇର ରେସକ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବାଂଶପାଣୀ- ଜରୋଳୀ ରୁଟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ଆହତ ହାତୀଙ୍କୁ ହାତୀପଲ ଘେରିରହିଥିବା ଯୋଗୁଁ ରେସକ୍ୟୁ କାର୍ଯ୍ୟ ବିଳମ୍ବ ହୋଇଥିଲା । ବନ କର୍ମଚାରୀ ବହୁ ପରିଶ୍ରମ ପରେ ରାତି ପ୍ରାୟ ୧୨ଟାରେ ହାତୀ ପଲଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବାରେ ସକ୍ଷମ ହୋଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ରାତି ପ୍ରାୟ ୧ଟା ସମୟରେ ଅନ୍ୟ ଛୁଆ ହାତୀଟିର ମଧ୍ୟ ମୃତ୍ୟୁ ଘଟିଥିଲା । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ଟାରେ ମାଈ ହାତୀଟି ଆଖି ବୁଜିଦେଇଥିଲା । ବାଇଟ୍ : ଧନାରାଜ ହନୁମାନ, ଡିଏଫଓ, କେନ୍ଦୁଝର ବାଇଟ୍ : ଅରୁଣ କୁମାର ମିଶ୍ର, ଆରସିସିଏଫ, ରାଉରକେଲା ଏହି ଘଟଣା ପରେ ଆଜି ବନ ବିଭାଗ ଓ ରେଳବାଇ, ପରସ୍ପର ଉପରକୁ ଦୋଷ ଲଦାଲଦି ହୋଇଛନ୍ତି । ସେପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଦା । ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ପିସିସିଏଫ, ଶଶୀ ପଲ, ଆରସିସିଏଫ, ଅରୁଣ କୁମାର ମିଶ୍ର ଓ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ । ଆଜି ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ, ଟ୍ରେନର ଗତି, ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରଣାଳୀ ( procedure) ସବୁ ଅନୁସରଣ କରାଯାଇଛିକି ନାହିଁ ସେଠାରେ ରହି ପ୍ରତ୍ୟକ୍ଷ ଭାବେ ତାହାକୁ ଅନୁଧ୍ୟାନ କରିଥିଲେ । ପ୍ରକୃତରେ କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଗଲା ସେନେଇ ଅନୁସନ୍ଧାନ କରିଛନ୍ତି ବନ ବିଭାଗର ଏହି ବରିଷ୍ଠ ଅଧିକାରୀଗଣ । ତେବେ ହାତୀଙ୍କ ଗତିବିଧି ଉପରେ ବନବିଭାଗର କର୍ମଚାରୀ ନଜର ରଖିଥିଲେ ଓ ସେହି ବାଟଦେଇ ହାତୀପଲ ଯାଇପାରନ୍ତି ବୋଲି ପୂର୍ବରୁହିଁ ଦିନ ୪ଟା ସମୟରେ ରେକ ବିଭାଗକୁ ସୂଚନା ଦିଆଯାଇଥିଲା । ମାତ୍ର ରେକ ବିଭାଗ ଆବଶ୍ୟକ ପ୍ରଣାଳୀ ( procedure) ଫଲୋ କରିନଥିବା କହିଛନ୍ତି ପିସିସିଏଫ ଶଶୀ ପଲ୍ ।ଏଥିସହ ସେ ରେଳ ଅଧିକାରୀଙ୍କ ସହ ଏନେଇ ଅଧିକ ଆଲୋଚନା କରିଥିଲେ । ତେବେ ଦୁର୍ଘଟଣା ସମୟରେ ମାଲବାହୀ ଟ୍ରେନର ବେଗ କମ ରହିଥିଲା ଓ ସମସ୍ତ procedure ପାଳନ କରାଯାଇଛି ବୋଲି ସାଉଥ ଇଷ୍ଟର୍ଣ୍ଣ ରେଲୱେର ଚକ୍ରଧରପୁର ଡିଭିଜନର ADRM (Infra) ଆର କେ ଗୁପ୍ତା କହିଛନ୍ତି । ବାଇଟ୍ – ଚର୍ଚିଲ ମହାକୁଡ଼, ସ୍ଥାନୀୟ ବ୍ୟକ୍ତି, ବାଇଟ୍ – ଆର କେ ଗୁପ୍ତା ADRM (Infra) ସାଉଥ ଇଷ୍ଟର୍ଣ୍ଣ ରେଲୱେ, ଚକ୍ରଧରପୁର ଡିଭିଜନ, ବାଇଟ୍ – ଶଶୀ ପଲ୍, ପିସିସିଏଫ ଏଫଭିଓ ମୃତ ହାତୀଙ୍କୁ ଆଜି ରେଳ ଧାରଣା ପାଖରେ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତି ଦିଆଯାଇଛି । ତେବେ ପ୍ରକୃତରେ ଏହି ଅଭାବନୀୟ ଘଟଣା ପାଇଁ ଦାୟୀ କିଏ । ତଦନ୍ତର ନିଷ୍କର୍ଷ କଣ ବାହାରିବ ? ଦୋଷୀ ବିରୁଦ୍ଧରେ କଣ ପଦକ୍ଷେପ ନିଆଯିବ ? ପ୍ରକୃତ ଦୋଷୀ ଦଣ୍ଡ ପାଇବ ନା ତଦନ୍ତ କେବଳ ତଦନ୍ତରେ ରହିଯିବ, ଆଉ ପୁଣି ଏମିତି ଦୁର୍ଘଟଣା ଘଟି ବଳିପଡିବେ ନିରୀହ ହାତୀ ।