ଟ୍ରେନ ପ୍ରଚଳନ ସମୟ ସଂକ୍ରାନ୍ତ ଖବର ପ୍ରକାଶନର ରେଳବାଇର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ଦେଶରେ ଘରୋଇ ଟ୍ରେନ ପ୍ରଚଳନ ନେଇ କେତେକ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ ୨୦୨୪ରୁ ଦେଶରେ ଘରୋଇ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏ ସଂପର୍କରେ ଗତକାଲି ଅର୍ଥାତ ଜୁଲାଇ ୧୮ରେ ଏକ ସ୍ପଷ୍ଟୀକରଣ ମିଡିଆ ଗୋଷ୍ଠୀକୁ ପ୍ରଦାନ କରାଯାଇଥିଲା ଆଜି ପୁନର୍ବାର ସେକଥା କୁହାଯାଇଛି । ସୂଚନା ଯୋଗ୍ୟ ଯେ ଦେଶରେ ଘରୋଇ ଟ୍ରେନ ଚଳାଚଳ ୨୦୨୩ରୁ ହିଁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ୨୦୨୧ମାର୍ଚ୍ଚ ସୁଦ୍ଧା ନିଲାମ ପ୍ରକ୍ରିୟା ଶେଷ ହେବ । ପରେ ୨୦୨୩ମାର୍ଚ୍ଚରୁ ଘରୋଇ ଟ୍ରେନ ଚଳାଚଳ ଆରମ୍ଭ କରିବ । କୌଣସି କାରଣରୁ ଏହି ଟ୍ରେନ ଚଳାଚଳର ସମୟ ନେଇ ଯଦି ଭ୍ରାନ୍ତି ସୃଷ୍ଟି ହୋଇଥାଏ ତାହାକୁ ଦୂର କରିବା ପାଇଁ ଏହି ସ୍ପଷ୍ଟୀକରଣକୁ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ