ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ
ଅନୁଗୁଳ ଜିଲ୍ଲା ସ୍ଥାନୀୟ କୁମଣ୍ଡା ଚଣ୍ଡି ବଜାର ରେଳ ଷ୍ଟେସନରେ ଜଣେ ଯୁବକ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛି । ମୃତ ଦେହ ନିକଟରୁ ଏକ ପରିଚୟ ପତ୍ର ମିଳିଛି । ପରିଚୟ ପତ୍ରରୁ ଯୁବକଙ୍କ ପରିଚୟ ପତ୍ର ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ବଲମ ଗ୍ରାମର ଲୋକନାଥ ସାହୁ ବୋଲି ଜଣାପଡିଛି । ଉପସ୍ଥିତ ଲୋକମାନଙ୍କ କହିବାନୁଯାୟୀ ଯୁବକ ଜଣକ ଦୀର୍ଘ ସମୟ ଧରି ବୁଲୁଥିବା ବେଳେ ହଠାତ୍ ଟ୍ରେନ ଉପରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ କୈାଣସି କାରଣରୁ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।