ଟ୍ରେଲର ବସ୍ ମୁହାଁମୁହିଁ : ୪ ମୃତ
ମୟୁରଭଞ୍ଜ , ( ଯୁଗାବ୍ଦ ନ୍ୟୁଜ ) ମୟୁରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ବୈଶିଙ୍ଗା ଥାନା ଆଗରିଆ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ବର ରୁ ବାରିପଦାଅଭିମୁଖେ ଆସୁଥିବା କଳ୍ପନା ବସ କୁ ବିପରୀତ ଦିଗରୁ ଆସୁଥୁବା ଏକ ଟ୍ରଲର ଧକା ଦେବା ଫଳରେ ଘଟଣାସୁଳରେ ୪ ଜଣଙ୍କ ମୃତ୍ୟହୋଇଥିବା ବେଳେ ୭ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଟ୍ରଲର ଟି ଲୁହା ଏନଗେଲ ନେଇ ଆସୁଥିବା ସମୟରେ ଟ୍ରଲର ରୂ ଲୁହା ବାହାରକୁ ବହାରିଥିବାରୁ ବସ ର ଗୋଟିଏ ପଟେ ବାଡେଇ ହେଇ ଦୁର୍ଘଟଣା ଘଟିଥୁଲା ଆହତ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁମୁଁ ମେଡିକାଲ କଲେଜ କୁ ପଠାଇଦିଆଯାଇଅଛି । ଗୁରୁତରଙ୍କ ମଧରୁ ଜଣଙ୍କୁ ବାରିପଦା ରୁ କଟକ ‘ବତମେଜିକାଲ କୁ ସ୍ଥାନାନ୍ତର କରାଯାଇଛି। ମୃତକ ସମସ୍ତେ ବାରିପଦା ଅଞ୍ଚଳର , ମୃତକ ମାନେ ହେଲେ ବାରିପଦା ଅନିନ୍ଦ ମହାପାତ(ବୟସ ୩୪), ବଜ୍ରତୁଣ୍ଡି ଗାଁରଘଟଣା ସତ୍ୟରଞ୍ଜନ ପାତ୍ର, ସମରାୟ ହେମ୍ବ୍ରମ, ତୁଳସିଚଉରା ର ମହିଳା ସୁକାନ୍ତି ସରେନ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସ୍ତ୍ରାନୀୟଲୋକଙ୍କ ଅଭିଯୋଗ ବେକବନ କମାନୀ ଦୀର୍ଘ ଦିନ ଧରି ରାସ୍ତା କାମକରୁଥିବା ବେଳେ ସେହି ସ୍ଥାନରେ ରାସ୍ତା ନେରୋ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବିହୋଇଅଛି।