ଟ୍ୟାଲେଣ୍ଟ ସ୍ପ୍ରିଣ୍ଟ ପକ୍ଷରୁ ଗୁଗଲ୍ ସମର୍ଥିତ ଓମେନ୍ ଇଞ୍ଜିନିୟର୍ସ ପ୍ରୋଗ୍ରାମ ଘୋଷିତ

ନୂଆଦିଲ୍ଲୀ, (ଏଜେନ୍ସି): ଟ୍ୟାଲେଣ୍ଟ ସ୍ପ୍ରିଣ୍ଟ ପକ୍ଷରୁ ଏହାର ଇଞ୍ଜିନିୟର୍ସ ପ୍ରୋଗ୍ରାମ (ଡବ୍ଲ୍ୟୁଇ)ର ଘୋଷଣା କରାଯାଇଛି । ଯାହାକି ଗୁଗଲ୍ ଦ୍ୱାରା ସମର୍ଥିତ ଭାରତର ୬୦୦ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଆଗାମୀ ୩ ବର୍ଷରେ ଭରଣ ପୋଷଣ କରିବ । ଉକ୍ତ ପଦକ୍ଷେପର ଏକ ଅଂଶ ସୁରୂପ, ବିଭିନ୍ନ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ଆସିଥିବା ଯୁବ ଏବଂ ପ୍ରତିଭାବାନ୍ କଲେଜ ବିଦ୍ୟାର୍ଥୀମାନେ ଏକ ସବିଶେଷ ଚୟନ ପଦ୍ଧତି ମାଧ୍ୟମରେ ଚିହ୍ନଟ କରାଯିବେ । ଉକ୍ତ ବିଦ୍ୟାର୍ଥୀମାନେ ଏକ ବହୁସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଆହୁରୀ ବିକଶିତ ହେବେ । ଯେଉଁମାନଙ୍କୁ ୧୦୦% ଛାତ୍ରବୃତ୍ତି ଏବଂ ୧ ଲକ୍ଷ ଟଙ୍କାର ବାର୍ଷିକ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଟ୍ୟାଲେଣ୍ଟ ସ୍ପ୍ରିଣ୍ଟ ଉୟି ଓ ଗୁଗଲ୍ ଦ୍ୱାରା ସମର୍ଥିତ । ମହିଳା ଇଞ୍ଜିନିୟରିଂ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉନ୍ନତ ପ୍ରତିଭାମାନଙ୍କୁ ଆଗକୁ ବଢିବା ପାଇଁ ପ୍ରଯୁକ୍ତି କ୍ଷେତ୍ରରେ ଥିବା ଲିଙ୍ଗଗତ ଅସନ୍ତୁଳନତାକୁ ଚିହ୍ନଟ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ସମାବେଶକୁ ପ୍ରାଥମିକତା ଦେବା ସ୍ୱରୂପ, ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟତଃ ଅବହେଳିତ ଏବଂ ବିଭିନ୍ନ ସାମାଜିକ ସୁଯୋଗରୁ ବଞ୍ଚିତ ପ୍ରତିଭାବାନ୍ ମହିଳାଙ୍କୁ ସହାୟତା ନିମନ୍ତେ ଡିଜାଇନ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ