ଠକିଲେ ୭୦୦ କୋଟିର ଇନ୍‍କମ୍‍ ଟ୍ୟାକ୍ସ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆୟକର ବିଭାଗ ୭୦୦ କୋଟି ଟଙ୍କାର ଟିକସ ଫାଙ୍କି ଠାବ କରିଛି । ରାଜ୍ୟର ଏକ ଇସ୍ପାତ ଉତ୍ପାଦ ବିନିର୍ମାଣକାରୀ ଗ୍ରୁପ୍‌ ଉପରେ ଏହି ଚଢ଼ଉ ହୋଇଥିଲା । ଏହି ସମୟରେ ବିଭାଗ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପଡ଼ିଥିଲା । ଗ୍ରୁପ୍‌ ପକ୍ଷରୁ ବିଭିନ୍ନ ଆର୍ଥିକ ଅନିୟମିତତା କରାଯାଇଥିବା ଜଣାପଡ଼ିଛି । ବିଭାଗର ସୂଚନା ମୁତାବକ ଗତ ୧୭ ତାରିଖରେ ରାଜ୍ୟର ୨୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । କୋଲକାତା, ଦୁର୍ଗାପୁର, ଆସାନସୋଲ ଓ ପୁରୁଲିଆଠାରେ ଥିବା କମ୍ପାନିର କାରଖାନା ଓ ପୃଷ୍ଠପୋଷକଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା । ହିସାବରହିତ ବିକ୍ରି ଓ ନଗଦ ଖର୍ଚ୍ଚ, ବେନାମୀ ସଂସ୍ଥାଠାରୁ କିଣାକିଣି, ପ୍ରକୃତ ଉତ୍ପାଦନ ତଥ୍ୟ ଲୁଚାଇବା, ସ୍କ୍ରାପ୍‌ ବିକ୍ରିରେ ହେରଫେର ଭଳି ଘଟଣା ସାମ୍ନାକୁ ଆସିଥିଲା । ଏହାଛଡ଼ା ଜମି କିଣାବିକା ସଂକ୍ରାନ୍ତ ଅନେକ ଦସ୍ତାବିଜ ବି ହାସଲ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ