ଠପ୍ ହୋଇଯାଇଛି ବେଗୁନିଆପଡ଼ା ଉପ ଡାକଘର

କୋଦଳା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଉପ ଡାକଘରରେ ଗତ ବୁଧବାର ଠାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଠାରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ବିଦ୍ୟାଧର ଗୌଡ଼କଂ ପିତା ଗତ ବୁଧବାର ଦିନ ଦେହାନ୍ତ ହେବା ପରେ ସେ ବାଧ୍ୟ ହୋଇ ଅନୁପସ୍ଥିତ ଥିବା ଯୋଗୁଁ ଉକ୍ତ ପୋଷ୍ଟ ଅଫିସରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରୁନାହିଁ। ପୋଷ୍ଟ ମାଷ୍ଟର ଶ୍ରୀ ବିଦ୍ୟାଧର ପିତାଙ୍କ ଦେହ ଗୁରୁତର ହେବାରୁ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଛୁଟି ଦିଆଯାଇନଥିଲା। ଏହାର କିଛି ଦିନ ପରେ ଶ୍ରୀ ବିଦ୍ୟାଧରଙ୍କ ପିତାଙ୍କ ଦେହାନ୍ତ ହେବା ପରେ ସେ ଛୁଟିରେ ରହିଥିଲେ ଏବଂ ସେ ଛୁଟିରେ ରହିବା ପର ଠାରୁ ଅଫିସର ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେଜିଷ୍ଟ୍ରେସନ ପୋଷ୍ଟ, ସ୍ପିଡ୍ ପୋଷ୍ଟ ଏପରିକି ଟକାଂ ଦେଣ ନେଣ ମଧ୍ୟ ହୋଇପାରୁନି ।ଏଠାରେ କ୍ଲର୍କ ର ଆବଶ୍ୟକତା ଥିବା ବେଳେ ସେହି ପୋଷ୍ଟ ମଧ୍ୟ ଖାଲି ରହିଛି ।ଉକ୍ତ ଉପ ଡାକଘର ଅଧିନରେ ୭ଟି ଗ୍ରାମାଞ୍ଚଳ ବ୍ରାଞ୍ଚ ପୋଷ୍ଟ ଅଫିସ ଥିବା ବେଳେ ଉକ୍ତ ପୋଷ୍ଟ ଅଫିସର ମଧ୍ୟ ବହୁ କାର୍ଯ୍ଯ ଠପ୍ ହୋଇଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏନେଇ ଛତ୍ରପୁର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍ ପୋଷ୍ଟ ଓ ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୋଷ୍ଟ ବ୍ରହ୍ମପୁର କୁ ବେଗୁନିଆପଡ଼ାର ସମାଜସେବୀ ନିଲୁ ମାଝୀ ଘଟଣାକୁ ନେଇ ମେଲ୍ ଯୋଗେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରତିଦିନ ଡାକଘରରେ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ନିର୍ଭର କରିଥାନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଏବେ ଅବ୍ଯବସ୍ଥା ଭିତରେ ଗତି କରିଥିବା ବେଳେ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀ କୌଣସି ପଦକ୍ଷେପ ନ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ