ଠାକୁରଙ୍କୁ ଅର୍ପଣ କରାଯାଏ ଭଙ୍ଗାରୁଜା ସାମଗ୍ରୀ

ଭାରତରେ ରହିଛି ଅନେକ ମନ୍ଦିର । ପ୍ରତି ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ପ୍ରଚଳିତ । ହିମାଚଳପ୍ରଦେଶରେ ରହିଛି ମଗରୁ ମହାଦେବଙ୍କ ମନ୍ଦିର । ତାଙ୍କୁ ଲୋକେ ଜଙ୍ଗଲ ଦେବତା ବନଶୀରା ଭାବେ ପୂଜା କରନ୍ତି । ମନ୍ଦିରରେ ଏକ ପରମ୍ପରା ଅତି ପ୍ରାଚୀନ କାଳରୁ ପ୍ରଚଳିତ । ଏଠାରେ ଲୋକେ ଦେବତାଙ୍କୁ ଫୁଲ, ଫଳ ଅର୍ପଣ କରି ନ ଥାନ୍ତି । କିନ୍ତୁ ଠାକୁରଙ୍କୁ ଏଠାରେ ଅର୍ପଣ କରାଯାଏ ଅଦରକାରୀ ସାମଗ୍ରୀ । ଗାଡ଼ିର ନଷ୍ଟ ଯନ୍ତ୍ରାଂଶ, ନମ୍ବର ପ୍ଲେଟ୍, ଘରର ଭଙ୍ଗାରୁଜା ସାମଗ୍ରୀ ଏଠାରେ ଜମା ହୋଇଥାଏ । ଏସବୁ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପରେ ଗାଡ଼ି କିମ୍ବା ଘରର କୌଣସି ସାମଗ୍ରୀ ଭାଙ୍ଗି ନ ଥାଏ ବୋଲି ଲୋକଙ୍କର ରହିଛି ବିଶ୍ୱାସ । ଏହି ପରମ୍ପରା ମନ୍ଦିରରେ କେବେଠାରୁ ଆରମ୍ଭ ହୋଇଛି ତାହା ଅଜଣା ଥିବା ପୂଜାରୀ ହେତରାମ କୁହନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ