ଠାକୁରମୁଣ୍ଡା ଅଞ୍ଚଳରେ ୪ ଗଜରାଜଙ୍କର ତାଣ୍ଡବଲୀଳା,ଧାନ ଫସଲ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ମିଟୁଆଣି ନାନ୍ଦୁସାହିରେ ହାତୀ ଆତଙ୍କ। ହାତୀ ପଲ ପାଚିଲା ଧାନ ଖାଇଯିବା ସହ ପସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ବନ ବିଭାଗ ଏହି ହାତୀ ପଲକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବା ସହ ଫସଲ ନଷ୍ଟର ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହେଉଛି । ଏହି ୪ ଟିକିଆ ହାତୀ ପଲ ଗତ କିଛିଦିନ ହେବ ମିଟୁଆଣି, ଦିଗଧର ରମଣ, ଗୋବରଜଡା ଜଙ୍ଗଲରେ ଦିନବେଳେ ରହୁଥିବାବେଳେ ସନ୍ଧ୍ୟା ହେଲେ ପାଖ ଧାନବିଲରେ ପୋଷି ଫସଲ ଖାଇବା ସହ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କହିଛନ୍ତି। ତେବେ ଗାଁର ଲୋକେ ବନ ବିଭାଗକୁ ଖବର ଦେଲେ ମଧ୍ୟ ବନବିଭାଗ କର୍ମଚାରୀ ଆସୁନଥିବାର ଗ୍ରାମର ଶ୍ୟାମସୁନ୍ଦର ହୋ, ଭାନସିଂ ହୋ ଓ ଦୁର୍ଗା ଚରଣ ହୋ ଗୁରୁଚରଣ ହୋ ଅଭିଯୋଗ କରିଛନ୍ତି ।


