ଠାକୁରମୁଣ୍ଡା ଗୋଡଭଙ୍ଗା ଘାଟିରେ ୪୦୭ ଗାଡିର ରୁର୍ଘଟଣା
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ରୁ ଆନନ୍ଦପୁର ୫୩ନଂ ଜାତୀୟ ରାଜପଥର ଗୋଡଭଙ୍ଗା ଘାଟି ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି ।ଏକ ପ୍ଲାଇବୋଡ ବୋଝେଇ ୪୦୭,ଗାଡି ନମ୍ବର JH05R5184 ଭାରସାମ୍ୟ ହରାଇ ରାସ୍ଥାର ଡାହାଣ ପାଖ ବାଡାରେ ଲାଗିଯାଇଛି ।ଖବର ପାଇ ଠାକୁରମୁଣ୍ଡା ଡ୍ରାଇଭର ମହାସଂଘ ର ସଦସ୍ୟମାନେ ପହଞ୍ଚିଲା ବେଳକୁ,ସେହି ଗାଡିର ଚାଳକଙ୍କ ଗୋଡ ସିଟତଳେ ଚାପିହୋଇଯାଇଥିଲା ।ତାଙ୍କୁ ବାହାର କରିବା ପାଇଁ ବହୁତ ଚେଷ୍ଟା ଚଳାଇଥିଲେ ।ଅଗ୍ନିସମ ବିଭାଗ ଓ ଆମ୍ବୁଲାନସର କର୍ମଚାରୀମାନେ ଆସି ଚାଳକଙ୍କୁ ଉଦ୍ଦାର କରିବାସହ ଚିକିତ୍ସାଳୟକୁ ନେଇଯାଇଥିଲେ ।ଏହି ବୋଝେଇ ହୋଇଥିବା ଜିନିଷ ଡୁବୁରିକୁ ଯାଉଥିଲା ବୋଲି ଜଣାପଡିଛି ।ଏହି ଗୋଡଭଙ୍ଗା ଘାଟିର ରାସ୍ଥା ଅଣ-ଓସାରିଆ ଓ ହଠାତ୍ ବାଙ୍କ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି ।ଏହି ରାସ୍ଥାର ମରାମତି ଭଲ ଭାବରେ କରାଇଲେ ଆଗକୁ ଏହିଭଳି ଅଘଟଣ ଘଟନ୍ତା ନାହିଁ କି ଏତେ ଧନ ସମ୍ପଦ ନଷ୍ଟ ହୁଅନ୍ତା ନାହିଁ ।