ଠାକୁରମୁଣ୍ଡା ରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲା ପାଳ ଙ୍କ ଠାରେ ଦାବି

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ଠାରେ ବହୁ ପ୍ରତିକ୍ଷୀତ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିଭିନ୍ନ ଅଧିକାରୀଙ୍କ ନିକଟରେ ଫେରାଦ ହେବାପରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ଙ୍କୁ ଠାକୁରମୁଣ୍ଡା କ୍ରିୟାନୁଷ୍ଠାନ କମିଟି ର କର୍ମ କର୍ତ୍ତା ମାନେ ତାଙ୍କୁ ଭେଟି ଏ ବାବଦରେ ସବିଶେଷ ଆଲୋଚନା କରିବା ସହିତ ଲିଖିତ ଭାବେ ଅବଗତ କରିଛନ୍ତି । ବଜାର ନିକଟରେ ଥିବା ସରକାରୀ ଜାଗାରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଠାକୁରମୁଣ୍ଡା ତହସିଲଦାର ଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବାର ଜଣାଯାଇଛି ଜିଲ୍ଲା । ଠାକୁରମୁଣ୍ଡା କ୍ରିୟାନୁଷ୍ଠାନ କମିଟି ର ସଭାପତି, ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ ଙ୍କ ସମେତ ସାମ୍ବାଦିକ ଦିଲ୍ଲୀପ ମହାନ୍ତ, ବସନ୍ତ ମାଝୀ, ତରାମରା ସରପଞ୍ଚ ବ୍ରହ୍ମ ।ନନ୍ଦ ଦେହୁରୀ, ଠାକୁରମୁଣ୍ଡା ୱାର୍ଡ ମେମ୍ବର ତରୁଣ କୁମାର ସାହୁ ଏଥିରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ