ଠାକୁରାଣୀଙ୍କ ପାଲିଙ୍କି ତଳେ ଲୋଟନ୍ତି ଶ୍ରଦ୍ଧାଳୁ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏସବୁ ଲୋକଙ୍କ ବିଶ୍ୱାସକୁ ଦୃଢ଼ୀଭୂତ କରାଇବା ସହିତ ମନରେ ଅଧ୍ୟାତ୍ମିକ ଚେତନା ଆଣିଥାଏ । ଛତିଶଗଡ଼ରେ ପ୍ରତିବର୍ଷ ପାଳିତ ହୋଇଥାଏ କୁଆକୋଣ୍ଡା ମେଳା । ମେଳାରେ ଠାକୁରାଣୀ ଲଛନଦେଈଙ୍କୁ ପାଲିଙ୍କିରେ ବସାଇ ବୁଲାଯାଇଥାଏ । ଦେବୀ ମାତାଙ୍କ ପାଲିଙ୍କି ଯାଉଥିବା ରାସ୍ତାରେ ଶହ ଶହ ଶ୍ରଦ୍ଧାଳୁ ଲୋଟିପଡ଼ିଥାନ୍ତି । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଦେବୀଙ୍କ ପାଲିଙ୍କି ଯାହା ଉପର ଦେଇ ଯିବ ସେ ସମସ୍ତ ପ୍ରକାର ରୋଗରୁ ମୁକ୍ତ ହେବେ । ମେଳାରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଆସିଥାନ୍ତି । ସ୍ଥାନୀୟ ଲୋକେ କୁହନ୍ତି ଡାକ୍ତର ଫେରାଇ ଦେଇଥିବା ରୋଗୀ ଦେବୀ ମାତାଙ୍କ ପାଲିଙ୍କି ତଳେ ପଡ଼ି ନୂଆ ଜୀବନ ଲାଭ କରନ୍ତି । ଏହି ମେଳାରେ ଆଖପାଖ ଅଞ୍ଚଳର ୮୪ଟି ଗାଁର ଦେବାଦେବୀ ବିଗ୍ରହ ଯୋଗଦେବାକୁ ପାଲିଙ୍କିରେ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ