ଠାକୁରାଣୀ ମନ୍ଦିରରୁ ରୁପା ଅଳଙ୍କାର ଚୋରି, ପୋଲିସ ତଦନ୍ତ ଜାରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ଠାକୁରାଣୀ ମନ୍ଦିରରୁ ୧୦ ଭରି ରୂପା ଅଳଙ୍କାର ଚୋରି ହୋଇଛି। ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନା ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି| ମାଁଙ୍କ ମୂର୍ତ୍ତିରେ ପିନ୍ଧାଯାଇଥିବା ୧୦ ଭରି ଓଜନର ରୂପା କମରପଟାକୁ କେହି ଦୁର୍ବୃତ୍ତ ଚୋରି କରି ନେଇଛି। ଶନିବାର ସନ୍ଧ୍ୟାରେ ପୂଜକ ମନ୍ଦିର ବନ୍ଦ କରିଯାଇଥିଲେ | ସୋମବାର ସକାଳେ ମାଙ୍କୁ ପୂଜାର୍ଚ୍ଚନା ପାଇଁ ସଜବାଜ କରୁଥ‌ିବା ବେଳେ କମରପଟା ନ ଥିବା ଦେଖିବାକୁ ପାଇଥିଲେ I ସେ ତୁରନ୍ତ ଗ୍ରାମବାସୀଙ୍କ ସମେତ ପୁଲିସ୍‌କୁ ଖବର ଦେଇଥିଲେ | ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ବଳରାମ ବେହେରାଙ୍କ ନେତୃତ୍ବରେ ଏଏସ୍‌ଆଇ ସୁଶାନ୍ତ ଦଳେଇ, ରଞ୍ଜନ କୁମାର ଚୌଧୁରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ମନ୍ଦିର କମିଟି ପକ୍ଷରୁ ଚେଲି ଦାମୋଦର ଦାସୁନାଇଡ଼ୁଙ୍କ ଅଭିଯୋଗ କ୍ରମେ ଗୁରାଣ୍ଡି ଥାନାରେ ମାମଲା ରୁଜୁ ହୋଇଛି। ଚୋରି ଘଟଣାର ତଦନ୍ତ ଜାରି ରହିଥ‌ିବାର ଏସ୍‌ଆଇ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ