ଠାକୁରାଣୀ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍):ଛତ୍ରପୁରର ଗ୍ରାମ୍ୟଦେବୀ ମା ରାମାୟାଣାମ୍ମା ଠାକୁରାଣୀ ମନ୍ଦିରର ପୁନଃ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରିବା ନିମନ୍ତେ ମନ୍ଦିର ପରିଚାଳନା କମିଟିର ସଭାପତି ବି. ତ୍ରିନାଥ ରାଓଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫେବ୍ରୁଆରୀ ୭ ତାରିଖ ଦିନ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳନ କରିବା ନିମନ୍ତେ ନିଷ୍ପତି କରାଯାଇଥିଲା । ସକାଳୁ ହୋମ ଯଜ୍ଞ ସହ କୁଙ୍କୁମ ପୂଜା ଏବଂ ଭକ୍ତମାନଙ୍କ ନିମନ୍ତେ ପ୍ରସାଦସେବନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ବି. ଶ୍ରୀନିବାସ, ଉପସଭାପତି ଏ.ରାବଣା ରାଓ, କୋଷାଧ୍ୟକ୍ଷ କେ. ଚନ୍ଦ୍ରଶେଖର ରେଡ୍ଡି, କେ. ରାମ ବାବୁ, ବାବୁଲି ସାହୁ, ରବିନ୍ଦ୍ରନାଥ ସାହୁ, ଟି. ଚନ୍ଦ୍ରଶେଖର ରାଓ, ରାଜେନ୍ଦ୍ର କୁମାର ସାହୁ, ସି.ଏଚ୍ ପୂର୍ଣ୍ଣକୁମାର, ଏସ୍. ଦାଲେୟା ରେଡ୍ଡି, ଏସ୍. କାମେଶ ରେଡ୍ଡି, ଏନ୍. ପାର୍ଶେୟା ରେଡ୍ଡି, ଏସ୍. ଗିରି ଶଙ୍କର ରେଡ୍ଡି, ଆର. ପ୍ରକାଶ ରାଓ, ସି.ଏଚ୍ ମୋହନ ରାଓଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।