ଠାକୁରାଣୀ ଯାତ୍ରା ନିମନ୍ତେ ଉପଜିଲ୍ଲପାଳଙ୍କ କାର୍ଯାଳୟରେ ପ୍ରସ୍ତୁତି ବୈଠକ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଉପଖଣ୍ଡ ପ୍ରସାସନ ତରଫରୁ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ମଧୁମିତା ସଭାପତିତ୍ୱ କରିଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ମାଂଚସୀନ ଥିଲେ । ଉପଜିଲ୍ଲାପାଳ ଠାକୁରାଣି ଯାତ୍ରାର ଆୟୋଜକ ସମିତି ମା ପାଟଖଣ୍ଡା ଦୁାର୍ଗା ପୁଜା ସମିତିର ସଭାପତି ଲୋକନାଥ ପାଢୀଙ୍କୁ ପଚାରି ବୁଝିଥିଲେ ଯେ ସମିତି ତରଫରୁ କଣକଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସମିତିର ସଭାପତି ଲୋକାନଥ ପାଢୀ ଏହି ଯାତ୍ରା ନିମନ୍ତେ ଗତ ୧୪ ତାରିଖ ସଂକ୍ରାନ୍ତି ଦିନ ଶୁଭଖଣ୍ଟି ସ୍ଥାପନ କରାଯାଇଛି ଓ ଚଳିତ ମାସ ୨୩ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ । ମାଙ୍କ ଅସ୍ଥାୟୀ ପିଠ ବରାଳ ଦେବୀ ମନ୍ଦିରେ ହୋଇଛି ଓ ମା ଏହ ।ସ୍ଥାୟୀ ପିଠରୁ ମା ସବୁସାହିକୁ ପରିକ୍ରମା କରିବାକୁ ଯିବେ ,ଅସ୍ଥାୟୀ ପିଠରେ ୨୪ ଓ ୨୭ ତାରିଖ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତା ମେ ୩ ତାରିଖରୁ ୧୨ ପର୍ଯ୍ୟନ୍ତ ସ୍ଥାନୀୟ ମିନିଷ୍ଟାଡିୟମ ଠାରେପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବା ର କାର୍ଯ୍ୟକ୍ରମ ରହିଛି ତତସହିତ ମିନିଷ୍ଟାଡିୟମରେ ଦୋକାନ ବଜାର ନିମନ୍ତେ ଷ୍ଟଲ କରାଯିବ, ଏହି ଦିନରେ ଅଧିକ ଜନଗହଳି ହେବ ଏବଂ ମାଙ୍କ ପରିକ୍ରମାରେ ମଧ୍ୟ ଭକ୍ତସମାଗମ ହେବ ଏଣୁ ପୋଲିସ ପ୍ରଶାସନ ତରଫରୁ ସହଯୋଗର ଆବଷ୍ୟକତା ରହିଛି । ଯାତ୍ରା ଗହଳିକୁ ନଜର ରଖି ବିଭିନ୍ନ ସ୍ଥାନରେ ଗାଡି ପାର୍କିଙ୍ଗର ବ୍ୟବସ୍ତା କରାଯାଇଛି ଓ ଆମ ସ୍ୱେଛାସେବୀ ମାନେ ଏଥିରେ ନିୟୋଜିତ ହେବେ ।ପୋଲିସ ପ୍ରଶାସନ ସହବିଦ୍ୟୁତ ବିଭାଗ ପାନୀୟଜଳ ଯୋଗାଣ ବିଭାଗ,ଅଗ୍ନିଶମ ବିଭାଗ,ସ୍ୱାସ୍ଥ୍ୟ ଓ ଏନଏସି ତରଫରୁ ସହଯୋଗ କାମନା କରିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି ଯେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଅରୁଣ କୁମାର ରାଉତ ନୋଡାଲ ଅଫିସର ଭାବେ ଦ୍ୱାୟୀତ୍ୱରେ ରହିବେ ଏବଂ ଏନଏସି ତରଫରୁ କମ୍ଭୁପାଣି ପାଣିଗ୍ରାହୀ ନୋଡାଲ ଅଫିସର ଭାବେ ଦ୍ୱାୟୀତ୍ୱରେ ରହିବେ ଏବଂ ପ୍ରଶାସନ ତରଫରୁ ସବୁ ପ୍ରକାର ସହଯୋଗ କରାଯିବ କହିଛନ୍ତି । ସେହିଭଳି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା କହିଛନ୍ତିପୋଲିସ ପ୍ରଶାସନ ତରଫରୁ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସହ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି । ।ଉପଖଣ୍ଡ କ୍ରୀଡା ସଂଘର ସମ୍ପାଦକ ଡ ଶୁଶାନ୍ତ କୁମାର ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଯାତ୍ରା ନିମନ୍ତେ କଣକଣ ଆବଷ୍ୟକ ରହିଛି ତାହା କହିଥିଲେ ଏବଂ ଧନ୍ୟବାଦ ଦେଇଥିଲେ । ଉକ୍ତ ବୈଠକରେ ଉପଖଣ୍ଡସ୍ତରୀୟ ପ୍ରଶାସନ ଅଧିକାରୀ ଓ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସଭାପତି ସମେତ ସହସମ୍ପାଦକ ଭଗବତୀ ପ୍ରସାଦ ସାବତ,ଶ୍ରୀନିବାସ ଦୋରା ,ମଦନ ମୋହନ ପାଢୀ. ପବିତ୍ର ମୋହନ ପାଢୀ,ଶିବରାମ ପ୍ରଧାନୀ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।