ଠାକୁରାଣୀ ଯାତ୍ରା ଲାଗି ଛତ୍ରପୁର ଉତ୍ସବ ମୁଖର  : ଆଜି ଠାରୁ ମାଙ୍କ ଘଟ ପରିକ୍ରମା ଆରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍‌ରୀ ଦେବୀ ମା ରାମାୟାଣାମ୍ମାଙ୍କ ଚଳିତ ବର୍ଷର ଠାକୁରାଣୀ ଯାତ୍ରା ମେ ୬ ତାରିଖ ଠାରୁ ଆରମ୍ଭ ହୋଇ ଯାଇଛି । ଗୁରୁବାର ଯାତ୍ରାର ତୃତୀୟ ଦିବସ ଥିଲା । ଘଟ ପରିକ୍ରମା ଆରମ୍ଭ ହୋଇଛି । ଅସ୍ଥାୟୀ ମଣ୍ଡପ ଠାରେ ମାଙ୍କ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ମାଙ୍କ ଘଟ ପରିକ୍ରମା ଏକ ବର୍ଣ୍ଣାଢ୍ୟ ପରିକ୍ରମା ମଧ୍ୟରେ ବାହାର କରାଯାଇଛି । ବାଜା ବାଜଣା, ହୁଳହୁଳି, ସଂକୀର୍ତ୍ତନ, ଯୋଡି ଶଙ୍ଖ ରେ ଛତ୍ରପୁର ଦୁଲୁକୁଛୀ । ଯାତ୍ରା କମିଟିର ମ୍ୟାନେଜର କେ, ଚନ୍ଦ୍ର ଶେଖର ରେଡ୍ଡିଙ୍କ ପୌରହିତରେ ସକାଳ ୬ ଟାରେ ଛତ୍ରପୁର ରିକାପଲ୍ଲୀ ସ୍ଥିତ ମାଙ୍କ ୯ ଟି ଘଟ ଅଣାଯାଇ ସ୍ଥାପନ କରାଯାଇଛି । ତା ପରେ ମାଙ୍କ ଆଳତୀ, ଯାତ୍ରାଦାତା ଓ ଅନ୍ନ ଭୋଗ ଦାତାଙ୍କ ପାଇଁ ଗୁଆ  ଓ ଚାଉଳ ପୂଜା, ଦହି ଅନ୍ନ ଭୋଗ ମଧ୍ୟାହ୍ନରେ ଅନ୍ନ ପ୍ରସାଦ ସେବନ, ମଣ୍ଡା ଭୋଗ ମାଙ୍କୁ ଲାଗି କରାଯାଇଛି । ସନ୍ଧ୍ୟାରେ ଆଳତି ସରିବା ପରେ ମା ସହର ପରିକ୍ରମା କରିବାକୁ ବାହାରିଛନ୍ତି । ପରମ୍ପରା ଅନୁସାରେ ସ୍ଥାନୀୟ ରିକାପଲ୍ଲୀ ସ୍ଥିତ ୱାଇ, କାମୁରାଜୁଙ୍କ ଘର ସମ୍ମୁଖରେ ମାଙ୍କ ପୁଜାର୍ଚ୍ଚନା କରାଯିବା ସହିତ ମା ରାଜଭୋଗ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହ ଯୋଗ କରିଛନ୍ତି । ସହରର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇ ଆସୁଛି । କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ଗତ ଥର ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମାଙ୍କ ଏହି ଯାତ୍ରା ଆଡମ୍ଭର ସହକାରେ କରାଯିବ ବୋଲି ଯାତ୍ରା କମିଟିର ମ୍ୟାନେଜର ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ