ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶୁଭ ଆବିର୍ଭାବ ଦିବସ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଆବିର୍ଭାବ ଦିବସ ପାଳିତ ହୋଇଛି। ଏହା ସହିତ ପରମପୂଜ୍ୟ ପାଦ ଶ୍ରୀ ଶ୍ରୀ ବଡ଼ ଦାଦାଙ୍କର ୫୧ତମ ଶୁଭ ଆଗମନି ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ରିତିକ ଧରଣୀଧର ସ୍ୱାଇଁ ଓ ହାଡ଼ିବନ୍ଧୁ ବେହେରା ସର୍ବ ପ୍ରଥମେ ସତ୍ୟାନୁସରଣ ଗ୍ରନ୍ଥ ପାଠ କରିଥିଲେ। ପରେ ପରେ ରିତିକ ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି ଓ ପ୍ରତାପ ନାୟକଙ୍କ ସଂଯୋଜନାରେ ବୈଦିକ ରୀତିନୀତି ଅନୁଯାୟୀ ଜିଲ୍ଲା ସ୍ତରୀୟ ମହୋତ୍ସବ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଶିଷ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମ ରେ ଧାମନଗର ସମେତ ବନ୍ତ, ଆଗରପଡା, ଚାନ୍ଦବାଲି, ତିହିଡି, ବାସୁଦେବପୁର ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ଉତ୍ସବକୁ ବୈରାଗୀ ସାହୁ, ଅଭିମନ୍ୟୁ ଖଟୁଆ, ବିନାୟକ ମହାପାତ୍ର, ଶ୍ରୀଧର ଚନ୍ଦ୍ର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।