ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସତସଙ୍ଗ ବିହାର ଠାରେ ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଭାତରୁ ବେଦ ମାଙ୍ଗଳିକ ବିନତୀ ପ୍ରାର୍ଥନା ଓ ସଦଗ୍ରନ୍ଥ ପାଠ ହୋଇଥିଲା। ଏହା ଛଡ଼ା ଶ୍ରୀ ଲକ୍ଷ୍ମୀ ମାଙ୍କର ଜନ୍ମ ଲଗ୍ନ ଘୋଷଣା ସହିତ ତାଙ୍କ ଆତ୍ମ ଜୀବନୀ ସମ୍ପର୍କରେ ଆଲୋଚନା ହୋଇଥିଲା। ସତସଙ୍ଗ ବିହାର ସଭାପତି ପ୍ରତାପ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଦୁର୍ଯୋଧନ ଵସନ୍ତିଆ, ସୁଧାକର ସାହୁ,ମାନସ କୁମାର ନାଥ, ଅଗସ୍ତି ଅଭିରାମ ରାଉତ, ଦେବେନ୍ଦ୍ର ଅଗସ୍ତି ପ୍ରମୁଖ ସଙ୍ଗୀତା ଅଞଳୀ ଓ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ।ପ୍ରତିକ ହାଡିବନ୍ଧୁ ବେହେରା ସମକ୍ୟ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ରବିନ୍ଦ୍ର ପ୍ରସାଦ ନାଥ, ଧରଣୀଧର ସ୍ବାଇଁ,ରାଧାଗୋଵିନ୍ଦ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।