ଠାକୁର ନିଗମାନନ୍ଦଙ୍କ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ପରମହଂସ ଶ୍ରୀମଦ ସ୍ୱାମୀ ନିଗମାନନ୍ଦଙ୍କ ବାର୍ଷିକ ଉତ୍ସବ କେନ୍ଦ୍ରାପଡାର ଡଃ.ବଳରାମ ଲେଙ୍କାଙ୍କ ଗୃହାସନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ପ୍ରତୀକ୍ଷା, ଆରତୀ, ସ୍ତ୍ରୋତ୍ରବନ୍ଦନା, ଉପଦେଶ, ସଙ୍ଘମାନଙ୍କ ପୁସ୍ତକରୁ ପ୍ରାର୍ଥନାକାରୀଙ୍କ ପ୍ରତି ପାଠ କରାଯାଇଥିଲା । ଦ୍ୱିତୀୟ ଅଧିବେସନରେ ପୁରୀ ନୀଳାଚଳ ସାରସ୍ୱତ ସଙ୍ଘର ପ୍ରାକ୍ତନ ସଭାପତି ଡା.ଗୁରୁ ପ୍ରସାଦ ଛୋଟରାୟ ସଭାପତିତ୍ୱ କରିଥିଲେ । ସଦ ଗ୍ରନ୍ଥ ପାଠ ପରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ଶାଖା ସଙ୍ଘ ସଭାପତି ଯଦୁମଣୀ ଭଦ୍ର ତୁଳସୀକ୍ଷେତ୍ର ମାହାତ୍ମ୍ୟ, ଶ୍ରୀବଳଦେବଜୀଉଙ୍କ ମହିମା ଓ ଗୁରୁତତ୍ୱ ଉପରେ ଆଲୋକପାତ କରିଥିଲେ । ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଧ୍ୟାପକ ଅଜୟ କୁମାର ସାମଲ ନୀତି ନୈତିକତା ଉପରେ ଗୁରୁତ୍ୱ ଦେଇଥିଲେ । ମେଜର ଭରତ ଚନ୍ଦ୍ର ଜେନା ଜଗନ୍ନାଥ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ । ପୃଥିରାଜ ଭାଇ ଓ ଅନ୍ୟାନ୍ୟ ଭାଇମାନେ ଭାବ ବିନିମୟରେ ଅଂଶଗ୍ରହଣ କରିଥିଲେ । ସଭାପତି ତାଙ୍କ ଅଭିଭାଷଣରେ ସଦଗୁରୁଙ୍କ ଜୀବବନରେ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଆଖପାଖ ସଙ୍ଘରୁ ଅନେକ ଭାଇ ଓ ଅନେକ ଭଦ୍ରବ୍ୟକ୍ତି ଉତ୍ସବରେ ଯୋଗ ଦେଇଥିଲେ । ଶେଷରେ ଠାକୁରଙ୍କୁ ଭୋଗ ନିବେଦନ କଲାପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ