ଠିକଣା ବଦଳାଇଲା ପାକିସ୍ତାନ ଆତଙ୍କବାଦୀ ମସୁଦ ଅଝର

ନୂଆଦିଲ୍ଲୀ : ପୁଲୁଓ୍ୱମା ଆକ୍ରମଣ ପରେ ପାକିସ୍ତାନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଥିବା ପାକିସ୍ତାନ ଯୁଦ୍ଧ ଭୟରେ ଏବେ ଶାନ୍ତିର ସହ କଥାବାର୍ତ୍ତା କରିବା ପାଇଁ ପରାମର୍ଶ ଦେଉଛି । ପାକିସ୍ତାନୀ ସେନା ଓ ପୁଲିସି ଛାଉଣୀ ନିକଟରେ ଆତଙ୍କବାଦୀ ମସୁଦ ଅଝରର କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ଦିଆଯାଇଥିବା ସୂଚନା ମିଳିଛି । ମସୁଦ ଅଝରକୁ ରାଓ୍ୱଲପିଣ୍ଡରୁ କୋଟଓ୍ୱାନିକୁ ସ୍ଥାନାନ୍ତର କରିଦିଆଯାଇଛି।

ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିଲା । ମସୁଦ ଅଜହର ଏହି ସଙ୍ଗଠନର ମୁଖ୍ୟ । ଏହି ଆକ୍ରମଣପରେ ଭାରତ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯିବା ଭୟରେ ପାକିସ୍ତାନରେ ମସୁଦର ଠିକଣା ବଦଳାଇ ଦିଆଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ବାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶାନ୍ତି ପାଇଁ ଏକ ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ