ଠିକାକାମକୁ ନେଇ ଆକ୍ରମଣ ଜଣେ ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶାଳଣିଆଁ ମେଡିକାଲ ପରିସରରେ ଚାଲିଥିବା ଏକ ଘର ନିର୍ମାଣ କାର୍ଯ୍ୟକୁନେଇ ଶାଳଣିଆଁର ଦୁଇ ଯୁବକ ଠିକାଦାରଙ୍କ ଲୋକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନନ୍ଦିପଦା ପୁଲିସ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ଜଣାଯାଇଛି ଯେ ଡାକ୍ତରଖାନା ପରିସରରେ ଏକ ଘର ନିର୍ମାଣ ଚାଲିଛି । ଟେଣ୍ଡରଧାରୀ ଓ ସ୍ଥାନୀୟ ଡଅଁର ଗ୍ରାମର କିଛି ବ୍ୟକ୍ତି ମିଳିମିଶି ଏହି କାମଟିକୁ କରୁଛନ୍ତି । ଗତ ଶନିବାରଦିନ ଏହି ଘରର ଛାତ ପଡିଥିବାବେଳେ ଗତକାଲି ନୀଳକଣ୍ଠ ମହାକୁଡ ଓ ରାଜୀବ ଶଙ୍ଖୁଆ ନାମକ ଦୁଇଜଣ ଯୁବକ ସେଠାରେ ପହଞ୍ଚି କାମ କରୁଥିବା ବ୍ୟକ୍ତି ମାନଙ୍କୁ ଆକ୍ଷେପ କରି ଗାଳି ଗୁଲଜ କରିବାସହିତ ଘରର ଛାତଟିକୁ ଗଳାଇ ପକାଇବାକୁ ସଣ୍ଟ୍ରି ବାଉଁଶକୁ ଖୋଲିଥିଲେ । ସେଠାରେ ଜଗାରଖା କରୁଥିବା ଠିକାଦାରଙ୍କ ଜଣେ ସହକର୍ମୀ ଏହାର ବିରୋଧ କରିବାରୁ ତାକୁ ମାଡ ମାରିିଥିଲେ । କାମ କରୁଥିବା ବ୍ୟକ୍ତି ମାନେ ସଂଘବଦ୍ଧ ହୋଇ ନୀଳକଣ୍ଠକୁ କାବୁକରି ନିଜ ଗାଁ ଡଅଁର ଗ୍ରାମକୁ ନେଇଯାଇଥିବା ବେଳେ ଅନ୍ୟ ଜଣକ ଦୌଡି ପଳାଇଥିଲା । ଏନେଇ ଠିକାଦାର ଧବଳେଶ୍ୱର ପଟ୍ଟନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଡଅଁର ଗ୍ରାମରେ ପହଞ୍ଚି ନୀଳକଣ୍ଠକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଅଭିଯୁକ୍ତଙ୍କ ପତ୍ନୀ ଏକ ପାଲଟା ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରିନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ