ଠିକାଦାରଙ୍କ କବଜାରେ ସରକାରୀ ଲକ୍ଷ୍ମୀ ବସ ଷ୍ଟାଣ୍ଡ ଯାତ୍ରୀ ହନ୍ତସନ୍ତ
କଲ୍ୟାଣସିଂହପୁର, (ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅଚଳ ଅବସ୍ଥାରେ ଓ ଠିକାଦାରଙ୍କ କବ୍ଜାରେ ସରକାରୀ ବସ ଷ୍ଟାଣ୍ଡ। ପ୍ରତ୍ୟେକ ବ୍ଲକରେ ବସ ଷ୍ଟାଣ୍ଡ ନୂତନଭାବେ ନିର୍ମାଣ କରାଯାଇଛି । କିନ୍ତୁ ଏହି ବ୍ଳକ ରେ ଆଜି ପର୍ଯ୍ୟନ୍ତ ଏକ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରିନାହିଁ। ତତ୍କାଳୀନ ସରକାର ଅତି ଆଧୁନିକ ବସ ଟ୍ରମିନାଲ କରିବା ପାଇଁ ପାଞ୍ଚ ଏକର ସରକାରୀ ଜାଗା ଢ଼େପାଗୁଡା ମୁଖ୍ୟ ରାସ୍ତା ନିକଟରେ ଖୋଜା ଯାଇଥିଲା ରାଜସ୍ୱ ବିଭାଗ ଦ୍ୱାରା। କେଜାଣି କାହା ପାଇଁ ଆଉ ଆଗକୁ ବଢିଲା ନାହିଁ କହିବା ମୁସ୍କିଲ ହୋଇ ପଢ଼ିଛି। ଗତ ୧୫ ମସିହାରେ ଆଇଟିଡିଏ ଦ୍ୱାରା ୩୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରି ଏକ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା।ଗୁଣ୍ଡିଚା ମନ୍ଦିର ନିକଟରେ ଲକ୍ଷ୍ମୀ ବସଷ୍ଟାଣ୍ଡ କରିବା ପାଇଁ ବ୍ଲକ ପକ୍ଷରୁ ଲକ୍ଷଧିକ ଟଙ୍କା ଗତ ୨୪ ମସିହାରର ଖର୍ଚ୍ଚ ଖର୍ଚ୍ଚ କରାଜାଇଥିଲା। ସେହି ଦିନ ଠାରୁ ଆଜିଯାଏ ଠିକାଦାର ସୋଲାର କମ୍ପାନୀ ଜର ଜବରଦସ୍ତ ମାଡ଼ିବସିଛି। ସେହିଠାରେ ସୋଲାର ପାଇପ କାମରେ ବ୍ୟବହୃତ ସରଞ୍ଜାମ ରଖା ଯାଇ କାର୍ଯ୍ୟ କରୁଥିବା ଲୋକ ମାନେ ସେହି ଠାରେ ନିଜ ଅକ୍ତିଆର କରି ରହିଛନ୍ତି । ବସ ଷ୍ଟାଣ୍ଡ ସମ୍ପର୍କରେ ବିଡ଼ିଓ ମନୀଷା ଦାସଙ୍କୁ ପଚାରିବାରୁ ସେ କହିଥିଲେ ଆମେ ଲକ୍ଷ୍ମୀବସ ସୁପର ଭାଇଜରକୁ କହିଛୁ ବ୍ଲକ ପରିସରରେ ବସ ନରଖି ତୁମର ସେହି ଲକ୍ଷ୍ମୀ ବସଷ୍ଟାଣ୍ଡ ରେ ବସ ରଖିବାପାଇଁ । ସେହି ଠାରେ ଏକ ସୋଲାର ଲୋକମାନେ ରହି ସରଞ୍ଜାମ ଗଛିତ ରଖି ଥିବାରୁ ବସ ରହିପାରିବେନି ବୋଲି ରଖା ଯାଉନି ବସ। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ସ୍ଥାନରୁ ସୋଲାର ଠିକାଦାର ଲୋକମାନେ ଘୁଞ୍ଚି ନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଜେପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ ଓ ତାଙ୍କ କର୍ମୀଙ୍କ ସହ ଉକ୍ତ ସ୍ଥାନ ଖାଲି କରିବା ପାଇଁ କହିଥିଲେ ।କିନ୍ତୁ ସୋଲାର ଲୋକମାନେ ଆମକୁ ବ୍ଲକ ତାଲା ଦେଇଥିବାରୁ ରହିଆସୁଛୁ ବୋଲି କହିଥିବା କହିଥିଲେ ।ଆଶ୍ଚଯ୍ୟ ବିଷୟ ସରକାରୀ ବସଷ୍ଟାଣ୍ଡରେ ଗୋଟିଏ ଘରୋଇ ଠିକା କମ୍ପାନୀ ନିଜର ଆଡ୍ଡାସ୍ଥଳି ବନେଇ କେମିତି ବ୍ଲକ କିପରି ଚାବି ଦେଇଛି ବୋଲି ସାଧାରଣ ରେ ଚର୍ଚା ହେଉଛି। ଏଥିରେ ଜଣା ପଡୁଛି ଯେ ବ୍ଳକ ପରିମଳ ଓ ପାନୀୟଜଲ ବିଭାଗ ଓ ଠିକା କମ୍ପାନୀ ସହ ମଧୁଚନ୍ଦ୍ରିକା ରହି ଥିବାରୁ ଲକ୍ଷ୍ମୀ ବସ ଓ ଯାତ୍ରୀ ରହି ପାରୁ ନାହାନ୍ତି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଦୁଃଖର ବିଷୟ ଯେ ଆଜିପର୍ଯ୍ୟନ୍ତ କଲ୍ୟାଣସିଂହପୁର ଠାରେ ଗୋଟିଏ ବସଷ୍ଟାଣ୍ଡ ,ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟ ନାହିଁ ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।