ଠିକାଦାର ଓ ବିଦ୍ୟୁତ କର୍ମୀ ଙ୍କ ମଧୁଚନ୍ଦ୍ରିକା : ସରକାର ଙ୍କ ମାଗଣା ବିଦ୍ୟୁତ ସଂଜଗ ପାଇବାରୁ ବଞ୍ଚିତ ଗ୍ରାମ ବାସୀ

ମୋହନା, (ଅଂଶୁମାନ ପଣ୍ଡା) :-କେନ୍ଦ୍ର ସରକାର ଦିନଦୟାଲଉପଦୟ ରେ ଦୁର୍ଗମ ଅଞ୍ଚଳ ରେ ଆଲୋକ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି I ସେଇ ଭଳି ରାଜ୍ୟ ସରକାର ମଧ୍ୟ ଗାଁ ଠାରୁ ସହର କେଇ ଅନ୍ଧ କାର ରେ ରହିବେ ନାହିଁ I ତେଣୁ ମାଗଣା ବିଦ୍ୟୁତ ସେବା ଯୋଗାଇଛନ୍ତି ହେଲେ ସରକାର ଙ୍କ ଏହି ଯୋଜନା ରୁ ବଞ୍ଚିତ ରହିଛନ୍ତି ଦୁର୍ଗମ ଅଞ୍ଚଳ ର ଅଧିବାସୀ I ଲୋକେ ମୋହନା ବ୍ଲକ ର କଟାମା ପଂଚାୟତ ଠାରୁ ମାତ୍ର ଗୋଟିଏ କିମି ଦୂରରେ ଅବସ୍ଥିତ ବାଲିଗଣ୍ଡା ଗ୍ରାମ ଏହୀ ଗ୍ରାମ ରେ ବସବାସ କରନ୍ତି ୪୦ପରିବାର ଲୋକ ସଂଖ୍ୟା ଏକ ହଜାର ରୁ ଉର୍ଦ୍ଧ ଗ୍ରାମକୁ ପୂର୍ବରୁ ୪ଶହ ୪୦ଭୋଲ୍ଟ ର ବିଦ୍ୟୁତ ସଂଯୋଗ କରାଯାଇଥିଲା I ଯାହାକି ଛାତ୍ର ଛାତ୍ରୀ ଙ୍କ ପାଠ ପଢିବା ରେ ବାଧା ସୃଷ୍ଟି ହେବା ସହ ଅନେକ ଆବଶ୍ୟକ କାମ ହୋଇପାରିନଥିଲା I ବହୁ ବାର ଲୋକେ ଅଭିଯୋଗ ଲିଖିତ ଦେବା ପରେ ଗ୍ରାମ କୁ ୧୧କେବି ବିଦ୍ୟୁତ ସଂଯୋଗ ପାଇଁ ଆବେଦନ ମିଳିଥିଲା I ହେଲେ ଠିକା ସଂସ୍ଥା ର ଠିକାଦାର ଭୁନେଶ୍ବର ର ଆବେଦନ ପତ୍ର କରିଦେବା ନା ରେ ଘର ପିଛା ୫ଶହ ଟଙ୍କା ଚାନ୍ଦା କରି ନେଇଥିଲେ I କିଛି ମାସ ପରେ ଠିକା ସଂସ୍ଥା ର ନଗେନ୍ଦ୍ର ନାମକ ବେକ୍ଟି ଟଙ୍କା ନେଇ କାମ ଆରମ୍ଭ କରିଥିଲେ କିନ୍ତୁ ପୁଣି ଅଡବା ଅଞ୍ଚଳ ରୁ ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଆଣିବାକୁ ଗ୍ରାମ ବାସୀ ଙ୍କୁ କହିଥିଲେ ଗ୍ରାମ ବାସୀ ପୁଣି ଟଙ୍କା ଚାନ୍ଦା କରି ଗାଡ଼ି ଭଡ଼ା କରି ଅଡବା ରୁ ସାମଗ୍ରୀ ନେବା ଶହ ଠିକା ସଂସ୍ଥା ର କାମ କରୁଥିବା ଶ୍ରମିକ ଙ୍କୁ ମଧ୍ୟ ଗ୍ରାମ ବାସୀ ଖାଇବା ପାଇଁ ଟଙ୍କା ଦେଇଛନ୍ତି I  ଗୋଟାଏ ବର୍ଷ କାମ ସରିବା ପାରେ ନଭେମ୍ବର ମାସ ରେ ରିବନ୍ କାଟି ଉଦ୍‌ଘାଟିତ କରିଥିଲେ I ଠିକା ସଂସ୍ଥା କିନ୍ତୁ ଆଜିକୁ ଦୀର୍ଘ ମାସ ବିତିଲାଣି ଟ୍ରାନ୍ସଫର୍ମର ରେ ଚାର୍ଜ ହେଉନି ଦ୍ୱିତିୟ ରେ ଥିବା ବିଦ୍ୟୁତ ବିଭାଗ କର୍ମୀ ପାଣିଗ୍ରାହୀ ଗ୍ରାମ ବାସୀ ଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗି ଥିବା ଅଡିଓ ଗ୍ରାମ ବାସୀ ରଖିଛନ୍ତି  I ଟଙ୍କା ଦେଲେ ବିଦ୍ୟୁତ ସଂଯୋଗ କରିବି ଟଙ୍କା ଗ୍ରାମ ବାସୀ ନ ଦେବାରୁ ବିଦ୍ୟୁତ ସଂଜଗ ହୋଇପାରିନି ଏହି ବିଷୟ ରେ ବିଦ୍ୟୁତ କର୍ମୀ ପାଣଗ୍ରାହୀଙ୍କ ଙ୍କୁ ପଚାରିବାରୁ ସେ କହିଛନ୍ତି ପୂର୍ବତନ ଯନ୍ତ୍ରୀ ଜତୀଶି ପଟ୍ଟନାୟକ କହିଥିଲେ ଟଙ୍କା ମାଗିବାକୁ ସେପଟେ ଉକ୍ତ ଠିକା ସଂସ୍ଥା କୁ ଯୋଗା ଯୋଗ କରିଥଲେ ମଧ୍ୟ କୋଣସି ଉତ୍ତର ମିଳିନି I ବର୍ତ୍ତମାନ ନୂତନ ଅଡବା ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ତଦନ୍ତ କରି ବିଦ୍ୟୁତ ସଂଯୋଗ କରାଯିବ ଗ୍ରାମ ବାସୀ ମଧ୍ୟ ଚେତାବନୀ ଦେଇଛନ୍ତି I ତିନି ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ନ ହେଲେ ଅଡବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ତେବେ ଏଭଳି ମଧୂଚନ୍ଦ୍ରିକା ଚାଲିଲେ କିଭଳି ସରକାରୀ ଯୋଜନା ଗ୍ରାମ ଅଞ୍ଚଳ ରେ ପହଞ୍ଚିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ