ଠିକାଦାର ସଂଘ ବୈଠକ ଅନୁଷ୍ଠିତ
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ରାଇରଙ୍ଗପୁରସ୍ଥିତ କୁଡୁମି ଭବନ ପରିସରରେ ଶୁକ୍ରବାର ବାମନଘାଟୀ ଉପଖଣ୍ଡରେ କାର୍ୟ୍ୟରତ ଠିକାଦାର ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଂପ୍ରତିକ ପରିସ୍ଥିତିରେ ଠିକାଦାରମାନେ କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯାଇଛି । ସରକାର ନିଜର କାମ ଠିକାଦାରଙ୍କୁ ପଟେଇ କରି ସଫଳତାର ବାହାବାହା ନେଉଥିବାବେଳେ ଠିକାଦାରମାନେ କାମ କରି ମାସ ମାସ ବିଲ ପାଉନାହାନ୍ତି । ସରକାର ଠିକାଦାରଙ୍କ ପାଉଣା ଦେବାପାଇଁ କିଛି ଠୋସ ପଦକ୍ଷେପ ମଧ୍ୟ ନେଉନଥିବାରୁ ସେମାନେ ଶ୍ରମିକଙ୍କୁ ପାଉଣା ଦେଇପାରୁନଥିବା ଆଲଚୋନା କରାଯାଇଥିଲା । ଶ୍ରମିକମାନେ ଠିକ୍ ସମୟରେ ପାଉଣା ନ ପାଇ ଠିକାଦାର ସହ ଗଣ୍ଡଗୋଳ କରିବାସହ ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରୁଛନ୍ତି । କାମ କରିବାପାଇଁ ଋଣ ଆଣି ଠିକ ସମୟରେ ଶୁଝି ପାରୁନଥିବାରୁ ରୁଣଯନ୍ତାରେ ପଡୁଛନ୍ତି । ବିଭାଗୀୟ କତୃପକ୍ଷଙ୍କୁ ପାଉଣା ପାଇଁ ଦାବି କଲେବି ବିଭାଗୀୟ କତୃପକ୍ଷ ଉପରକୁ ହାତ ଟେକି ଅସହାୟ ପ୍ରକାଶ କରୁଛନ୍ତି । ଏଥିରେ ସଭାପତି-ସୁବାଷ ମଣ୍ଡଳ, ସଂପାଦକ-ପ୍ରଦୀପ ରାଉତ ଏବଂ କୋଷାଧ୍ୟକ୍ଷ-ସୁଜିତ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । ସମସ୍ତ ଠିକାଦାର ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।