ଠିକାସଂସ୍ଥାର ଛଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ଅସହାୟା ମହିଳା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳରେ ଏକ ଠିକାସଂସ୍ଥା ଅଧିନରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଜନୈକ ବିଧବା ଅସହାୟା ମହିଳାଙ୍କୁ ଚାକିରୀରୁ ଛଟେଇ କରିଦେବା ପ୍ରତିବାଦରେ ସଂପୃକ୍ତ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଚଉଁରୀ ବରହମପୁର(ସୁଇପର କଲୋନୀ) ଗ୍ରାମର ସ୍ୱର୍ଗତ ଧ୍ରୁବ ନାୟକଙ୍କ ପତ୍ନୀ ତାରା ନାଏକ ଅଭିଯୋଗ କରିଛନ୍ତି ଯେ ସେ ପୈାରାଚଂଳ ଅଧିନସ୍ତ ଏକ ଠିକା ସଂସ୍ଥା ଏଲ.ଆଣ୍ଡ କେ. ଅଧିନରେ ଦୀର୍ଘ ୧୨ବର୍ଷ ହେବ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ଚଳିତମାସ ୮ତାରିଖରେ ସଂପୃକ୍ତ ସଂସ୍ଥା ହଠାତ ତାରାଙ୍କୁ କୈାଣସି କାରଣ ନଦର୍ଶାଇ ସେବାରହିତ କରିଦେଇଥିବା ସେ ଅଭିଯୋଗ୍ କରିଛନ୍ତି । ଫଳରେ ତାଙ୍କ ପକ୍ଷେ ପରିବାର ଚଳେଇବା ଅସମ୍ଭବ ହୋଇପଡିଛି । ତେଣୁ ତାଙ୍କୁ ତୁରନ୍ତ ସଂପୃକ୍ତ ଠିକାସଂସ୍ଥା ଚାକିରୀରେ ପୁନଃ ଅବସ୍ଥାପିତ ନକଲେ ସେ ଆସନ୍ତା ୩୧ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।


