ଠିକା କର୍ମାରୀମାନଙ୍କୁ ଦରମା ମିଳିଲା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ସ୍ଵସ୍ତିକ ଇଞ୍ଜିନିୟରିଂ ଅଧୀନ ରେ କାମ କରୁଥିବା ରାଇରଙ୍ଗପୁର ବିଦ୍ୟୁତ ସଂସ୍ଥା ର ଶ୍ରମିକ ମାନଙ୍କର ନଭେମ୍ବର ମାସ ଦରମା ୨୨.୧୨.୨୦୨୧ ସୁଦ୍ଧା ମିଳିନଥିବାରୁ ଶ୍ରମିକ ମାନଙ୍କର ଅଶାନ୍ତି ଦେଖା ଯାଇଥିଲା ଓ ଏହାର ପ୍ରତିବାଦ ସମସ୍ତ ସେକ୍ସନ ଅଫିସ୍ ସମ୍ମୁଖରେ କରାଯାଇଥିଲା । ଯାହାହେଉ ଟାଟା ପାୱାର ଅଧିକାରୀ ଓ ଠିକା ସଂସ୍ଥା ସ୍ଵସ୍ତିକ ଇଞ୍ଜିନିୟରିଂ ଅଧିକାରୀ ଙ୍କ ସମୟ ଉପଯୋଗୀ ପଦକ୍ଷେପ ନେଇ ସଙ୍ଗେ ସଙ୍ଗେ ସମସ୍ତ ଶ୍ରମିକ ମାନଙ୍କର ଦରମା ପ୍ରଦାନ ତଥା ଠିକା ସଂସ୍ଥା ଅନ୍ୟାନ୍ୟ ଅସୁବିଧା ଗୁଡ଼ିକୁ ପର୍ଯ୍ୟ।ୟ କ୍ରମେ ନିରାକରଣ ର ପ୍ରତିଶୃତି କରିଥିବାରୁ ଶ୍ରମିକ ଅଶାନ୍ତି ର ଭଟ୍ଟା ପଡ଼ିଥିଲା ଓ ସମସ୍ତ କର୍ମଚାରୀ ନିଜ ନିଜ କାମ କରୁଛନ୍ତି। ଉକ୍ତ ଘଟଣା ର ତତକ୍ଷଣାତ୍ ସମାଧାନ ପାଇଁ ସମସ୍ତ ଶ୍ରମିକ ଟାଟା ପାୱାର ନିକଟ ରେ କୃତଜ୍ଞତା ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ