ଠେଙ୍ଗା ମାଡ଼ରେ ଜଣେ ମୃତ ୩ ଅଟକ
ବେତନଟୀ, (ଉଦିତ କୁମାର ପରିଡା): ବେତନଟୀ ଥାନା ମୁକ୍ତାପୁର ଗ୍ରାମରେ ଜଣେ ବ୍ୟକ୍ତିକୁ ସେହି ଗ୍ରାମର ନିଜ କୁଟୁମ୍ବର ପୁତୁରା, ପୁତୁରା ବୋହୁ ନାତୁଣୀ ସମେତ ପ୍ରାୟ ପାଞ୍ଚ ଅଭିଯୁକ୍ତ ଶନିବାରଦିନ ମିଳିତ ଭାବେ ଆକ୍ରମଣ କରିଛନ୍ତି। କୌଣସି କଥା କୁ ନେଇ ପରସ୍ପର ମଧ୍ୟରେ କଥା କଟା କାଟି ହେବାରୁ ଉତ୍ତେଜିତ ହୋଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ସେହି ବ୍ୟକ୍ତିଙ୍କୁ ଆକ୍ରମଣ ସମୟରେ ଏକ ମୋଟା କାଠ ଠେଙ୍ଗାରେ ମାରିବାରୁ ଗୁରୁତର ହୋଇ ଟଳିପଡିଥିଲେ। ଖବର ପାଇଁ ସ୍ଥାନୀୟ ଗ୍ରାମବାସୀ ମୁକ୍ତାପୁର ସରପଞ୍ଚ ଧନଞ୍ଜୟ ସିଂ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ମନ୍ମଥ ଦେହୁରୀ ବୟସ ୪୫ବୋଲି ଜଣାପଡିଛି। ମୃତକଙ୍କ ପତ୍ନୀ ବାଦଲ ଦେହୁରୀ ହତ୍ୟା ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ବେତନଟୀ ପୋଲିସ ମୃତକଙ୍କ କୁଟୁମ୍ବର ତିନିଜଣଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ବେଳେ ଖବର ଲେଖାଯିବା ବେଳେକୁ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି।