ଠେଲିଲେ ଚାଲୁଛି ପୋଲିସ ଭ୍ୟାନ: ପାଟ୍ରୋଲିଂରେ ହଇରାଣ ହେଉଛି ଚାରିଛକ ଫାଣ୍ଡି ପୋଲିସ

ନିମାପଡା, (ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଚାରିଛକଫାଣ୍ଡି କୁ ମିଳିଥିବା ଭ୍ୟାନ ( ଜିପ୍ ) ଟିର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଭ୍ୟାନକୁ ଠେଲିଲେ ଷ୍ଟାର୍ଟ ହେଉଛି, ତାପରେ ଚାଲୁଛି । ଭ୍ୟାନର ଏପରି ଅବସ୍ଥା ପାଇଁ ହଇରାଣ ହରକତ ହେଉଛନ୍ତି ଫାଣ୍ଡି ଅଧିକାରୀ ଓ କର୍ମଚାରୀ। କେଉଁଠି ତତକ୍ଷଣାତ୍ ପହଞ୍ଚିବାକୁ ଥିଲେ ବି ପହଞ୍ଚି ପାରୁନାହାନ୍ତି l ବାରମ୍ବାର ଏ ସମ୍ପର୍କ ରେ ବିଭାଗୀୟ ଉଚ୍ଚକତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ବାଧ୍ୟ ହୋଇ ଭଙ୍ଗା ଦଦରା ଭ୍ୟାନରେ ଡ୍ୟୁଟି କରୁଛନ୍ତି ଫାଣ୍ଡି ଅଧିକାରୀ ଓ କର୍ମଚାରୀ l ଏହି ଫାଣ୍ଡି ଅଧିନରେ ୬ ଟି ପଞ୍ଚାୟତ ର ୯୬ ଟି ଗାଁ ରହିଛି। ଏଥିସହିତ ଚାରିଛକ, ତୁଳସୀପୁର, ଅମରେଶ୍ୱର, ସାଇଲୋ,କଳାପାଂଚଣ ତମ୍ପାଳୋ ପ୍ରଭୃତି ବଜାର ରେ ଆଇନ ଶୃଙ୍ଖଳା ରକ୍ଷାକରିବା ଦାୟିତ୍ବ ବି ଚାରିଛକଫାଣ୍ଡି କର୍ମଚାରୀ ମାନଙ୍କର। ଗତ କିଛିଦିନ ହେବ ଏହି ଅଞ୍ଚଳ ରେ ଲୁଟ ଘଟଣା ବୃଦ୍ଧି ପାଇଥିବାରୁ ଫାଣ୍ଡି ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ୍ କରିବା ଜରୁରୀ ହୋଇପଡିଛି। ତୁରନ୍ତ ଚାରିଛକ ଫାଣ୍ଡି କୁ ଏକ ଭଲ ଭ୍ୟାନ ଯୋଗାଇଦେବା ସହିତ ଫାଣ୍ଡି କୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବାକୁ ସାଧାରଣରେ ଦାବିହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ