ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ : ଦାଣ୍ଡିମାଳ ସେବକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ପବିତ୍ର ବୁଦ୍ଧପୂର୍ଣ୍ଣିମା ଦିନ ଦାଣ୍ଡିମାଳ ସେବକ ସଂଘ, ପାତ୍ରପଡ଼ା କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଅନୁସୂଚିତ ଜାତି ଓ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସାମାଜିକ କର୍ମୀ ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସୁନ୍ଦରାୟ, ଶ୍ରୀଯୁକ୍ତ ରଶ୍ମିରଞ୍ଜନ ପାଟ୍ଟଶାଣୀ ଓ ଦାଣ୍ଡିମାଳ ସେବକ ସଂଘ, ଦଳିତ ମହାସଂଘ, ଚଉରାଅଶି ମଣ୍ଡଳ, ଭୀମ ଆର୍ମି ଓ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପରିବାରର ସଭ୍ୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ କୁମାର ନାୟକ ସଭାପତିତ୍ୱ କରିଥିଲେ ଓ ସୁରେଶ ଚନ୍ଦ୍ର ନାୟକ ସଭା ପରିଚାଳନାକ ରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ମହେଶ୍ୱର ନାୟକ ପରିଚାଳକ, ଆଶ୍ରା ନୂଆଦିଲ୍ଲୀଙ୍କୁ ତାଙ୍କର ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ନାୟକ, ବାସୁଦେବ ନାୟକ, ସୁଶାନ୍ତ କୁମାର ନାୟକ, ସୁଜନ ନାୟକ ଓ ରମେଶ ନାୟକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ବିଭିନ୍ନ କାର୍ଯ୍ୟ ଓ ସମସ୍ୟା ବିଷୟରେ ଆଲୋଚନା କରାଯାଇ ଅତିଥିମାନଙ୍କୁ ଅବଗତ କରାଯାଇଥିଲା ।


