ଡଃ କାର୍ତ୍ତିକେଶ୍ୱର ପାତ୍ରଙ୍କ ବିୟୋଗରେ ଓଡ଼ିଶା ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ୱାଇଏନ୍ଏସ୍):ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟ ସଂଗଠକ, ଔପନ୍ୟାସିକ, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ଡଃ କାର୍ତ୍ତିକେଶ୍ୱର ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଜୁମ୍ ଭିଡ଼ିଓ ଯୋଗେ ପୂର୍ବତନ କୁଳପତି ତଥା ମଞ୍ଚର ସ୍ଥାୟୀ ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ସଭାର ପ୍ରାରମ୍ଭରେ ଟ୍ରଷ୍ଟି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ବେଦମନ୍ତ୍ର ପାଠ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଏବର୍ଷ ଏକ ଦୁଃଖଦ ବର୍ଷ । ଆଖି ଆଗରେ ଭଲ ମଣିଷମାନେ ଚାଲି ଯାଉଛନ୍ତି । ଡଃ ପାତ୍ର ରାଜନେତା ଭାବରେ ଯେତିକି ଲୋକପ୍ରିୟ ଥିଲେ, ସେ ମଣିଷକୁ ଖୋଲା ହୃଦୟରେ ଭଲ ପାଉଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ଶିକ୍ଷାବିତ୍ ତଥା ମଞ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ରାଜନୀତି ସହ ସାହିତ୍ୟ ତାଙ୍କର ଏକ ନିଶା ଥିଲା । ନିଜେ ନାଟକ ଲେଖୁଥିଲେ, ନିଜେ ନର୍ଦ୍ଦେଶନା ଦେଇ ପ୍ରଦର୍ଶନ କରାଉଥିଲେ । ମ୍ୟାନେଜିଙ୍ଗ ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ବୌଦ୍ଧ ଧର୍ମ ସାହିତ୍ୟର ସେ ଥିଲେ ଜଣେ ଅନନ୍ୟ ଗବେଷକ । ଭଗବାନ ବୁଦ୍ଧଙ୍କ ଉପରେ ଲିଖିତ ତାଙ୍କର ପୁସ୍ତକ ଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟିର । ପୂର୍ବତନ ଡିନ୍ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ ଡଃ ପାତ୍ର ଜଣେ ସଫଳ ଚାଷୀ ଥିଲେ । ତାଙ୍କ ଚାଷ ବଗିଚାକୁ ଯେ ଦେଖିବ ସେ ତାହା ହୃଦୟଙ୍ଗମ କରିପାରିବ । ସଭା ଶେଷରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଇଂ ବିବେକାନନ୍ଦ ପାତ୍ର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡଃ ବେଦବତି ମହାନ୍ତି, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ନମିତା ମହାପାତ୍ର, ଡଃ ନିବେଦିତା ପଟ୍ଟନାୟକ, ମିତ୍ରା ରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ