ଡଃ. କେ. ସତ୍ୟନାରାୟଣ ରାଓଙ୍କ ଜନ୍ମଶତବାର୍ଷିକ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଆମ୍ବପୁଆ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ତଥା ଡଃ. କେ.ଏସ.ଏନ ରାଓ ସ୍ମୃତି କମିଟି ଦ୍ୱାରା ବିଶିଷ୍ଟ ସମାଜସେବୀ ଡଃ. କେ. ସତ୍ୟନାରାୟଣ ରାଓଙ୍କ ଜନ୍ମ ସତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ପୁର୍ବାହ୍ନ ୧୧ଘଣ୍ଟା ସମୟରେ ଡଃ. ରାଓ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ , ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କେ. ସାବିତ୍ରୀଙ୍କ ଦ୍ୱାରା ଲିଖିତ ଡଃ. ରାଓଙ୍କ ଜୀବନୀ ପୁସ୍ତିକାର ଉନ୍ମୋଚନ କରିବା ସହ ବିଶିଷ୍ଟ ସମାଜସେବୀ ଡଃ. ସୁଚିତ୍ରା ଦାସଙ୍କୁ ଡଃ. କେ.ଏସ.ରାଓ ସମ୍ମାନରେ ସମ୍ମାନୀତ କରିଥିଲେ । ଏଥିସହ ସମାଜ ସେବା ପାଇଁ ଡି.କେ. କଲେଜ ଜଳେଶ୍ୱରର ଇଂରାଜୀ ପ୍ରଧ୍ୟାପକ ଶ୍ରୀ ଯୁଗଳ କିଶୋର ପ୍ରଧାନ ଓ ଡଃ. ରାଓଙ୍କ ଜୀବନୀ ପୁସ୍ତିକା ରଚନା ପାଇଁ କେ. ସାବିତ୍ରୀଙ୍କୁ ସମ୍ମାନୀତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୈନିକ ଆଶାର ସଂପାଦକ ପ୍ରମୋଦ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡଃ. ରାଓଙ୍କ ସ୍ମୃତି ଚାରଣ କରିବା ସହ କମିଟିର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥୀ ନବୀନ ପତ୍ରିକାର ସଂପାଦକ ଶ୍ରୀ ରବିରଥ ଯୋଗଦେଇ ଡଃ ରାଓଙ୍କ କାର୍ଯ୍ୟଧାରାକୁ ବ୍ୟାପକ ଭାବେ ଆଲୋଚନା କରି ସ୍ମୃତି କମିଟିର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡଃ. ସୁଭଦ୍ର ମଙ୍ଗୁ ଓ ଡଃ. ରାଓଙ୍କ ବଡ ଝିଅ ସ୍ମୃତି ଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନରେଶ ପଟ୍ଟନାୟକ ବିଦ୍ୟାଳୟର ସମସ୍ୟାର ସମାଧାନ ନିମନ୍ତେ ଅତିଥୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ପଞ୍ଚାନନ ନହାକ ଆୟୋଜିତ ସଭାକୁ ପରିଚାଳନା କରିଥିଲେ ।


